fbpx

ନବୀନଙ୍କୁ ପ୍ରଶଂସାରେ ପୋତି ପକେଇଲେ ମୋଦୀ: ରାଜ୍ୟରେ ବଢୁଛି ବିଜେପି କର୍ମୀଙ୍କ ଅଡୁଆ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ମାହୋଲ ଗରମ ହେବାରେ ଲାଗିଛି । ଦ୍ୱିତୀୟ ସ୍ଥାନରେ ରହିଥିବା ବିଜେପି ବିଜେଡିକୁ ଗାଦିଚ୍ୟୁତ କରିବାର ସ୍ୱପ୍ନ ଦେଖୁଛି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ଭୁରି ଭୁରି ପ୍ରଶଂସା କରିବା ପରେ ବିଜେପି କର୍ମୀ ନିରାଶ ହୋଇଛନ୍ତି । ରାଜ୍ୟସଭାରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଭଷଣ ସମୟରେ ନବୀନଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ରାଜ୍ୟର ଖଣିଜ ସଂସ୍କାରରେ ମୁଖ୍ୟମନ୍ତ୍ରୀଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକାକୁ ମିଳିଛି ସାବାସୀ ।

ସୂଚନା ମୁତାବକ ଖଣି ସଂସ୍କାରରୁ ଆସୁଥିବା ଅର୍ଥ ଲାଗୁ କରିବାରେ ଆଗରେ ରହିଛି ଓଡିଶା । ଯାହାକୁ ନେଇ ଆଜି ରାଜ୍ୟସଭାରେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକଙ୍କୁ କୁବ ପ୍ରଶଂସା କରିଛନ୍ତି ନରେନ୍ଦ୍ର ମୋଦୀ । ଏଥିସହ ସଫଳତା ପାଇଁ ନବୀନଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପାରଦର୍ଶୀ ପାଇଁ କରାଯାଇଥିବା ଖଣିଜ ଏବଂ କୋଇଲା ନୀତି ସଂସ୍କାରରେ ଖୁବ ସୁନ୍ଦର ପ୍ରଦର୍ଶନ କରିଛି ଓଡିଶା । ଯାହା ଫଳରେ ଆଜି ଖଣି ସଂସ୍କାର ଲାଗୁ କରିବାରେ ଏକ ନମ୍ବର ସ୍ତାନରେ ରହିଛି । ତେଣୁ ରାଜ୍ୟର ଏହି ସଫଳତା ପାଇଁ ରାଜ୍ୟ ସରକାରଙ୍କୁ ପ୍ରଶଂସାକ ରିବା ସହିତ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନେମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Get real time updates directly on you device, subscribe now.