fbpx

ଏସ.ସି.ବିରେ ପାଣି ସମସ୍ୟା ପାଇଁ ରୋଗୀ ହନ୍ତସନ୍ତ

କଟକ: ଏସସିବିରେ ଦେଖାଦେଇଛି ପାଣି ସମସ୍ୟା । ବିଦ୍ୟୁତ ସମସ୍ୟା ପରେ ଏବେ ପାଣି ସମସ୍ୟା । କାଲି ରାତିରୁ ମେଡ଼ିକାଲର ସବୁ ୱାର୍ଡ଼ରେ ପାଣି ବନ୍ଦ ହୋଇ ଯାଇଛି । ଶୌଚାଳୟରେ ପାଣି ଆସୁ ନଥିବା ସହ ପିଇବା ପାଣି ପାଇଁ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି । ଆଜି ସକାଳେ ପାଣି ଆସିଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ଭଳି ।

ଶନିବାରଠାରୁ ବଡ଼ ମେଡ଼ିକାଲରେ ବିଜୁଳି ବିଭ୍ରାଟ ଦେଖାଦେଇଥିଲା । ଏବେ ପାଣି ସମସ୍ୟାକୁ ନେଇ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନେ ମେଡ଼ିକାଲ ବାହାରେ ଥିବା ଶୌଚାଳୟ ବ୍ୟବହାର କରୁଥିବା ସହିତ ପାଣି କିଣି ପିଉଥିବା କହିଛନ୍ତି । ଅନ୍ୟପକ୍ଷରେ ୱାଟ୍‌କୋ କହିଛି ଯେ ମେଡ଼ିକାଲ ପରିସରରେ ଥିବା ପାଇପ୍ ଫାଟି ଯାଇଥିବାରୁ ରୋଗୀମାନଙ୍କୁ ଏପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ପାଇପ ମରାମତି ପରେ ଜଳଯୋଗାଣ ସ୍ୱାଭାବିକ ହୋଇଛି ।

ତେବେ ଏନେଇ ମୁଖ୍ୟମନ୍ତ୍ରୀଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ କରିଛି ବିଜେପି । ରାଜ୍ୟ ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି- “ନିଦାନ ବିଭାଗରେ ଲାଇଟ ନାହିଁ । କେବେ ବିଜୁଳି ସମସ୍ୟା ତ କେବେ ପାଣି ସମସ୍ୟା । କୁଆଡ଼େ ଯାଇଛି ରାଜ୍ୟର ଶାସନ ବ୍ୟବସ୍ଥା? ଉପାନ୍ତ ଅଂଚଳରେ ମହମବତୀରେ ଉପଚାର କଥା ସାରା ରାଜ୍ୟ ଜାଣିଛି । କିନ୍ତୁ ଏସସିବିର ଅବସ୍ଥା ଏମିତି ହେଲେ ରାଜ୍ୟରେ ସ୍ୱାସ୍ଥ୍ୟାବସ୍ଥାର କ’ଣ ହେବ? ଏହିପରି ଯଦି ଚଲେ ତେବେ ନୈତିକତା ଦୃଷ୍ଟିରୁ ବିଭାଗୀୟ ମନ୍ତ୍ରୀମାନଙ୍କର ଇସ୍ତଫା ଦେଇ ଦେବା କଥା ।”

 

Get real time updates directly on you device, subscribe now.