fbpx

ରୋହିତ ଟେଷ୍ଟରୁ ହଟିବା ପରେ ବିରାଟ ଦିନିକିଆରୁ ହଟିଲେ ! କଣ ଚାଲିଛି ଭାରତୀୟ ଦଳରେ

ମୁମ୍ବାଇ : ଯେବେଠୁ ଦିନିକିଆ ଫର୍ମାଟରେ ରୋହିତ ଶର୍ମାଙ୍କୁ ଅଧିନାୟକ କରାଯାଇଛି ସେହି ଦିନଠୁ ଭାରତୀୟ କ୍ରିକେଟ୍ ଦଳରେ ବିବାଦ ଥମିବାର ନାଁ ନେଉନାହିଁ। ପୂର୍ଣ୍ଣକାଳୀନ ଅଧିନାୟକ ହେବା ପରେ ରୋହିତ ସାମ୍ବାଦିକ ସମ୍ମିଳନୀରେ କହି ସାରିଛନ୍ତି ଯେ, ସେ ବିରାଟଙ୍କ ନେତୃତ୍ଵରେ ଖେଳିବାର ଆନନ୍ଦ ଉଠାଇଛନ୍ତି। ମାତ୍ର ବର୍ତ୍ତମାନ ଦଳର ଅବସ୍ଥା କିଛି ଠିକ୍ ନାହିଁ। ବିରାଟ ଏବଂ ରୋହିତ ପରସ୍ପରର ଅଧିନାୟକତ୍ଵ ଖେଳିବାକୁ ଚାହୁଁନଥିବା ଜଣା ପଡିଛି। ପୁଣି ବିରାଟ କୋହଲି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରୁ ନିଜ ନାଁ ପ୍ରତ୍ୟାହାର କରି ନେଇଛନ୍ତି। ଏ ନେଇ ସେ ବିସିସିଆଇକୁ ମଧ୍ୟ ଅବଗତ କରାଇ ଦେଇଛନ୍ତି।
ଟାଇମ୍ସ ଅଫ ଇଣ୍ଡିଆରେ ଛପିଥିବା ଖବର ଅନୁଯାୟୀ, ବିରାଟ କୋହଲି ପ୍ରଥମରୁ ବିସିସିଆଇକୁ ଜଣାଇ ଦେଇଥିଲେ ଯେ, ସେ ଜାନୁଆରୀ ଆରମ୍ଭରେ ସେ ଛୁଟିରେ ରହିବେ। କାରଣ ଝିଅ ଭାମିକାର ପ୍ରଥମ ଜନ୍ମଦିନ ରହିଛି। ତେଣୁ ସେ ପରିବାର ସହ ସମୟ କାଟିବାକୁ ଚାହୁଁଛି। କାରଣ ଯାହା ବି ହେଉ ପ୍ରଶଂସକଙ୍କ କହିବା କଥା କୋହଲି ରୋହିତଙ୍କ ନେତୃତ୍ଵରେ ଖେଳିବାକୁ ଚାହୁଁ ନାହାନ୍ତି। ବିରାଟ କୋହଲି ଦିନିକିଆ ସିରିଜ୍ରୁ ହଟିବା ପୂର୍ବରୁ ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରୁ ବାହାରି ଯାଇଛନ୍ତି। ବିସିସିଆଇ ଆନୁଷ୍ଠାନିକ ଘୋଷଣା କରିଛି, ରୋହିତ ମୁମ୍ବାଇରେ ଚାଲିଥିବା ଅଭ୍ୟାସ୍ ସମୟରେ ଆହତ ହୋଇଛନ୍ତି। ତାଙ୍କ ପୁରୁଣା ମାଂସପେଶୀ ସମସ୍ୟା ପୁଣି ଥରେ ଦେଖା ଦେଇଛି।
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜ୍ ଜାନୁଆରୀ ୧୯ରୁ ଆରମ୍ଭ ହେଉଛି। ଏହା ପୂର୍ବରୁ ଜାନୁଆରୀ ୧୫ରେ ଟେଷ୍ଟ ସିରିଜ୍ ସରିବ। ଦିନିକିଆ ସିରିଜ୍ରେ ରୋହିତ ପୂର୍ଣ୍ଣକାଳୀନ ଅଧିନାୟକ ଦାୟିତ୍ଵ ଗ୍ରହଣ କରିବେ। ଏବେ ବିରାଟ ଦିନିକିଆ ସିରିଜ୍ରୁ ହଟିବାରୁ ଏହା ସ୍ପଷ୍ଟ ହୋଇ ଯାଇଛି ଯେ, ବିରାଟ କୋହଲି ରୋହିତଙ୍କ ନେତୃତ୍ଵରେ ଖେଳିବାକୁ ନାପସନ୍ଦ କରୁଛନ୍ତି। ଏ ପର୍ଯ୍ୟନ୍ତ ରୋହିତଙ୍କୁ ସେହି ମ୍ୟାଚ୍ରେ ଅଧିନାୟକ ଦାୟିତ୍ଵ ମିଳୁଥିଲା ଯେଉଁ ମ୍ୟାଚ୍ରେ ବିରାଟ କୋହଲି ଖେଳୁନଥିଲେ। ଏହି ପରି ରୋହିତ ୧୦ଟି ଦିନିକିଆରେ ଦଳର ନେତୃତ୍ଵ ନେଇ ୮ଟିରେ ବିଜୟୀ କରାଇଛନ୍ତି।

Get real time updates directly on you device, subscribe now.