fbpx
BJD SKY
BJD SKY

ଓମିକ୍ରନ: ମହାରାଷ୍ଟ୍ରରେ ପୁଣି ୮ ଜଣ ସଂକ୍ରମିତ ଚିହ୍ନଟ

BJD

ମୁମ୍ବାଇ: ମହାରାଷ୍ଟ୍ରରେ ଆଉ ୮ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । ଏହି ୮ ଜଣ ବିଦେଶକୁ ନଯାଇ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ମହାରାଷ୍ଟ୍ରରେ ଏଯାଏଁ ୨୮ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ୯ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ଡିସେମ୍ବର ପ୍ରଥମ ସପ୍ତାହରେ ୮ ଜଣଙ୍କ ନମୁନା ସଂଗ୍ରହ ହୋଇଥିଲା । ସମସ୍ତ ଆକ୍ରାନ୍ତଙ୍କ ବୟସ ୨୪ରୁ ୪୧ ବର୍ଷ ମଧ୍ୟରେ । ୩ ଜଣଙ୍କ ନିକଟରେ କୌଣସି ଲକ୍ଷଣ ନଥିବା ବେଳେ ଅନ୍ୟ ୫ ଜଣଙ୍କ ନିକଟରେ ସାମାନ୍ୟ ଲକ୍ଷଣ ରହିଛି । ତେବେ ବିଦେଶକୁ ନଯାଇ ମଧ୍ୟ ସଂକ୍ରମିତ ହେବ ବଢ଼ାଇଛି ଚିନ୍ତା । କୁହାଯାଉଛି ଆକ୍ରାନ୍ତଙ୍କ ମଧ୍ୟରୁ କିଛି ବେଙ୍ଗାଲୁରୁ, ଦିଲ୍ଲୀ, ରାଜସ୍ଥାନ ଯାଇଥିଲେ ।

ସୂଚନାଯୋଗ୍ୟ, କରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ବିଶ୍ୱର ୫୭ରୁ ଅଧିକ ଦେଶକୁ ବ୍ୟାପିଛି ଏହି ଭ୍ୟାରିଆଣ୍ଟ । ସୋମବାର ବ୍ରିଟେନରେ ଏହି ଭ୍ୟାରିଆଣ୍ଟରେ ସଂକମ୍ରିତ ପ୍ରଥମ ମୃତ୍ୟୁ ହୋଇଛି । ଭାରତରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୬୧ ଆକ୍ରାନ୍ତ ଚିହ୍ନଟ ହେଲେଣି ।

Get real time updates directly on you device, subscribe now.