fbpx

ହିନ୍ଦି ସିରିଏଲରେ ଅଭିନୟ କରିଛନ୍ତି ବ୍ରହ୍ମାଣ୍ଡ ସୁନ୍ଦରୀ ହରନାଜ ସାନ୍ଧୁ; ଭାଇରାଲ ହେଉଛି ପୁରୁଣା CLIP

ମୁମ୍ବାଇ: ତୃତୀୟ ଭାରତୀୟ ଭାବରେ ବ୍ରହ୍ମାଣ୍ଡ ସୁନ୍ଦରୀ ବା ମିସ୍ ୟୁନିଭର୍ସ ହେବାର ଗୌରବ ହାସଲ କରିଛନ୍ତି ହରନାଜ କୌର ସାନ୍ଧୁ । ୭୦ ତମ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଭାରତର ୨୧ ବର୍ଷର ମରୁଡି ଅନ୍ତ କରିଥିଲେ ହରନାଜ । ସୁସ୍ମିତା ସେନ୍ ଏବଂ ଲାରା ଦତ୍ତଙ୍କ ପରେ ତୃତୀୟ ଭାରତୀୟ ଭାବରେ ଏହି ସୁନ୍ଦରୀ ପ୍ରତିଯୋଗିତା ଜିତିଥିଲେ ହରନାଜ । ତେବେ କଣ ଆପଣ ଜାଣିଛନ୍ତି ହରନାଜ ଏକ ସିରିଏଲରେ ନଜର ଆସିଛନ୍ତି ବୋଲି ।

ଉପାସନା ସିଂଙ୍କ ପ୍ରଯୋଯିତ ପଞ୍ଜାବୀ ଫିଲ୍ମ ପାଇଁ ହରନାଜ ସାଇନ କରି ସାରିଥିବା ବେଳେ ଏହା ପୂର୍ବରୁ ମଧ୍ୟ ହରନାଜ ଏକ ସିରିଏଲରେ ନଜର ଆସିଛନ୍ତି । ରବି ଦୁବେ ଏବଂ ଶର୍ଗୁନ ମେହେଟ୍ଟାଙ୍କ ଅଭିନୀତ ସିରିଏଲରେ ହରନାଜ ଏକ କ୍ୟାମିଓ ଆପିଅରାନ୍ସରେ ନଜର ଆସିଥିଲେ । ଉକ୍ତ ଶୋରେ ମଧ୍ୟ ହରନାଜ ଏକ ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଜଣେ ମଡେଲ ଭୂମିକାରେ ନଜର ଆସିଥିଲେ । ହରନାଜ ବ୍ରହ୍ମାଣ୍ଡ ସୁନ୍ଦରୀ ଜିତିବା ପରେ ଏହି ଭିଡିଓଟି ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ପାସ୍ତା ତିଆରି କରିବାର ରେସିପି ଶେୟାର କରୁଛନ୍ତି ହରନାଜ୍ । ଦେଖନ୍ତୁ ଭାଇରାଲ ଭିଡିଓ…

Get real time updates directly on you device, subscribe now.