fbpx

‘ଆଇଆଇସି କ’ଣ ମୋ ହଜବେଣ୍ଡ୍’: ବିଲ୍ ପୈଠକୁ ନେଇ ଅସନ୍ତୋଷ ପ୍ରକାଶ କଲେ ତପସ୍ୱିନୀ, ଦେଖନ୍ତୁ ଭିଡିଓ…

ଗଞ୍ଜାମ: ସୁମିତ୍ ତପସ୍ୱିନୀ ମାମଲା ଥମିବାର ନାଁ ନେଉନାହିଁ । ଶାଶୁଘରେ ନିଜର ହକ୍ ଦାବି କରି ଧାରଣାରେ ବସିଥିବା ତପସ୍ୱିନୀଙ୍କ ମମାଲାରେ ଶୁଣାଣି କରି ତପସ୍ୱିନୀ ଏବଂ ତାଙ୍କ ସ୍ୱାମୀ ସୁମିତଙ୍କୁ ୭ ଦିନ ପାଇଁ ଏକାଠି ରହିବାକୁ ନର୍ଦ୍ଦେଶ ଦେଇଥିଲେ କୋର୍ଟ । ପରବର୍ତ୍ତୀ ଶୁଣାଣି ୯ ଡିସେମ୍ବରରେ ହେବାକୁ ଥିଲା । ସେପଟେ ସୁମିତଙ୍କ ପରିବାର ପକ୍ଷ ରଖିବାକୁ ଆଉ ୭ ଦିନ ସମୟ ମାଗିଥିଲେ ସୁମିତଙ୍କ ଓକିଲ ।

ଯାହାପରେ ୧୦ ଡିସେମ୍ବର ଦିନ ସୁମିତ୍ ଫେରାର ହୋଇଯାଇଥିବାନେଇ ଅଭିଯୋଗ ଆଣିଛନ୍ତି ତପସ୍ୱିନୀ । ସେପଟେ ସୁମିତଙ୍କ ଓକିଲ କହିଛନ୍ତି ଯେ ସୁମିତ୍ କେଉଁଆଡେ ଯାଇନାହାଁନ୍ତି ବରଂ ବାଲିସିରାରେ ଅଛନ୍ତି । ତେବେ କୋର୍ଟ ସୁମିତଙ୍କୁ ଉଭୟଙ୍କୁ ଗେଷ୍ଟ ହାଉସରେ ରହିବା ସହ ସମସ୍ତ ଖର୍ଚ୍ଚ ତୁଲାଇବାକୁ କହିଥିଲେ କିନ୍ତୁ ସୁମିତ୍ କେଉଁଆଡେ ଚାଲିଯାଇଥିବାରୁ ଗେଷ୍ଟ ହାଉସ୍ ର ବିଲ୍ ପୈଠ କରିଛନ୍ତି ତପସ୍ୱିନୀ ।

ଅନ୍ୟ ପକ୍ଷରେ ଆଇଆଇସି ତାଙ୍କର ଗେଷ୍ଟ ହାଉସ୍ ବିଲ୍ ପୈଠ କରିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ତପସ୍ୱିନୀ । ତପସ୍ପିନୀ କହିଛନ୍ତି ଆଇଆଇସି କ’ଣ ମୋ ହଜବେଣ୍ଡ୍ ସେ ବିଲ୍ ପୈଠ କରିବେ ବୋଲି କହିଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.