fbpx

ସ୍କୁଲ ପରେ ଦିଲ୍ଲୀର ୪ହସ୍ପିଟାଲକୁ ମିଳିଲା ବୋମା ଧମକ; କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

Advertisement

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସମେତ ଭାରତର ବିଭିନ୍ନ ସହରରେ ସ୍କୁଲକୁ ବୋମା ଧମକ ମେଲ୍ ଆସିବା ପରେ ଏବେ ଦିଲ୍ଲୀର ୪ଟି ହସ୍ପିଟାଲକୁ ବୋମା ମାଡ଼ ଅଭିଯୋଗ ଆସିଛି । ଦିଲ୍ଲୀ ଅଗ୍ନିଶମ ସେବା ବିଭାଗ କହିଛି ଯେ ଜିଟିବି ହସ୍ପିଟାଲ, ଦାଦା ଦେବ ହସ୍ପିଟାଲ, ହେଡଗେୱାର ହସ୍ପିଟାଲ ଏବଂ ଦୀପ ଚନ୍ଦ୍ର ବନ୍ଧୁ ହସ୍ପିଟାଲକୁ ବୋମା ଧମକପୂର୍ଣ୍ଣ କଲ୍ ଆସିଥିଲା । ଅଗ୍ନିଶମ ବିଭାଗ କହିଛି ଯେ କଲ୍ ଯାଞ୍ଚ କରାଯାଉଛି । ଗତ କିଛି ସପ୍ତାହ ହେବ ସାରା ଦେଶରେ ନିର୍ବାଚନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ବୋମା ଗୁଜବ ଖବର ସାମ୍ନାକୁ ଆସିଛି ।

ଗତକାଲି ରାଜସ୍ଥାନର ଜୟପୁରର ୪ଟି ସ୍କୁଲକୁ ଇ-ମେଲ୍ ଜରିଆରେ ବୋମା ଧମକ ମିଳିଥିଲା । ତୁରନ୍ତ ସ୍କୁଲରୁ ପିଲାମାନଙ୍କୁ ଘରକୁ ପଠାଯିବା ସହ ବୋମା ନିଷ୍କ୍ରିୟକାରୀ ଦଳ ଓ ସନ୍ଧାନୀ କୁକୁର ମୁତୟନ କରାଯାଇଥିଲା । ଏଠାରେ ପୁଲିସ ଓ ବୋମା ନିଷ୍କ୍ରିୟକାରୀ ଦଳ ସମଗ୍ର କ୍ୟାମ୍ପସକୁ ଯାଞ୍ଚ କରିଥିଲେ ମଧ୍ୟ ଏଠାରେ କିଛି ମିଳିନଥିଲା । ସେହିଦିନ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ୩ଟି ସ୍କୁଲକୁ ବୋମା ମାଡ଼ ଧମକ ମିଳିଥିଲା । ତରବରିଆ ଭାବେ ସ୍କୁଲଗୁଡ଼ିକୁ ଖାଲି କରାଯାଇଥିଲା । ଏଠାରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ସ୍କୁଲ ପରିସରକୁ ଯାଞ୍ଚ କରାଯାଇଥିଲେ ମଧ୍ୟ କୌଣସି ବିସ୍ଫୋରକ ମିଳିନଥିଲା । ତେବେ ଏଠାରେ ଏବେ ବି ସତର୍କ ସୂଚନା ଜାରି ରହିଛି ।

 

 

Get real time updates directly on you device, subscribe now.