fbpx

ଆଫଗାନିସ୍ତାନକୁ ତାଲିବାନ କବଜା ପରେ ବିପଦରେ Facebook, Twitter, Google

ନୂଆଦିଲ୍ଲୀ: ତାଲିବାନ ଦ୍ୱାରା ଆଫଗାନିସ୍ତାନ କବଜା ପରେ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକର ଚିନ୍ତା ବଢ଼ିଯାଇଛି । ତାଲିବାନକୁ ବିଭିନ୍ନ ଦେଶରେ ଆତଙ୍କୀ ସଂଗଠନ ଭାବେ ଘୋଷଣା କରାଯାଇଛି । ତେଣୁ ସେନେଇ କ୍ରିଏଟ କରାଯାଉଥିବା କଣ୍ଟେଣ୍ଟକୁ କିଭଳି ପରିଚାଳିତ କରିବେ ତାକୁ ନେଇ କମ୍ପାନୀଗୁଡ଼ିକର ଚିନ୍ତା ବଢ଼ିଯାଇଛି ।

ଏନେଇ ଫେସବୁକ ପକ୍ଷରୁ କୁହାଯାଇଛି ଯେ, କମ୍ପାନୀ ପକ୍ଷରୁ ତାଲିବାନକୁ ଏକ ଆତଙ୍କୀ ସଂଗଠନ ଭାବେ ଗ୍ରହଣ କରାଯିବା ସହ ଏହାଦ୍ୱାରା କ୍ରିଏଟ କରାଯାଉଥିବା କଣ୍ଟେଣ୍ଟକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବ୍ୟାନ୍ କରାଯାଇଛି । ତେବେ ଏକ ରିପୋର୍ଟ ମୁତାବକ ତାଲିବାନ ଏବେ ବି ହ୍ୱାଟସଆପରେ ସିଧାସଳଖ ଲୋକଙ୍କ ସହ ବାର୍ତ୍ତାଳପ କରୁଛନ୍ତି । ଏହାକୁ ନେଇ ଫେସବୁକ ପ୍ରବକ୍ତା କହିଛନ୍ତି ଯେ, କମ୍ପାନୀ ପକ୍ଷରୁ ଦେଶରେ ଘଟୁଥିବା ସମସ୍ତ ଘଟଣାବଳୀ ଉପରେ ନଜର ରଖାଯାଇଛି । ଅଭିଯୋଗ ଗ୍ରହଣ ଯୋଗ୍ୟ ହେଲେ କମ୍ପାନୀ ଆଫଗାନିସ୍ତାନର ଯେ କୌଣସି ସ୍ୱୀକୃତିପ୍ରାପ୍ତ ସଂଗଠନର ଆକାଉଣ୍ଟକୁ ରିମୁଭ କରିଦେବ ବୋଲି କୁହାଯାଇଛି ।

ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରରେ ତାଲିବାନ ମୁଖପାତ୍ରଙ୍କର ଆକାଉଣ୍ଟ ରହିବା ସହ ତାଙ୍କର ହଜାର ହଜାର ଫଲୋଅର୍ସ ମଧ୍ୟ ରହିଛନ୍ତି । ତାଲିବାନ ଆଫଗାନିସ୍ତାନକୁ କବଜା କରିବା ପରେ ସେ ଟ୍ୱିଟ୍ କରିଥିଲେ । ଯେଉଁ ଆତଙ୍କବାଦୀ ସଂଗଠନ ସାଧାରଣ ଜନତାଙ୍କ ବିରୋଧରେ ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ରୁହେ, ସେମାନଙ୍କୁ ଏହି ପ୍ଲାଟଫର୍ମ ବ୍ୟବହାର କରିବାର ଅନୁମତି ଦିଆଯିବ ନାହିଁ ବୋଲି ଟ୍ୱିଟର ପକ୍ଷରୁ କୁହାଯାଇଛି । ସେହିପରି ଗୁଗଲର ମାଲିକାନାରେ ଥିବା ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁ-ଟ୍ୟୁବ ପକ୍ଷରୁ କୁହାଯାଇଛି ଯେ, ବିଦେଶୀ ଆତଙ୍କବାଦୀ ସଂଗଠନଗୁଡ଼ିକୁ ପରିଭାଷିତ କରିବା ସରକାରଙ୍କ ଉପରେ ନିର୍ଭର କରେ ।

Get real time updates directly on you device, subscribe now.