fbpx

୪୫ ବର୍ଷ ପରେ ଏହି କାରଣରୁ ମଧୁମେୟ ରୋଗୀଙ୍କୁ ହୋଇଥାଏ ହୃଦଘାତ : ଜାଣନ୍ତୁ ଏହାକୁ ରୋକିବାର ଉପାୟ

ମଧୁମେୟ ବା (ଡାଇବେଟିସ୍ )ରୋଗିମାନଙ୍କୁ ହୃଦଘାତ ହେବାର ବହୁମାତ୍ରାରେ ଆଶଙ୍କା ରହିଥାଏ । ତେବେ କେଉଁ କାରଣରୁ ମଧୁମେୟ ରୋଗୀଙ୍କୁ ହୃଦଘାତ ହୋଇଥାଏ ଓ ଏଭଳି ପରିସ୍ଥିତିରେ ସେମାନଙ୍କର ଯତ୍ନ କିପରି ନେବେ ଆସନ୍ତୁ ଜାଣିବା ।

ମଧୁମେୟ ରୋଗୀଙ୍କ ହୃଦଘାତର କାରଣ : ମଧୁମେୟ ଓ ହୃଦରୋଗ ସବୁବେଳେ ଭୁଲ ଜୀବନ ଶୈଳୀରୁ ହିଁ ଆରମ୍ଭ ହୋଇଥାଏ । ଏହି ଉଭୟ ରୋଗ ପରସ୍ପରକୁ ପ୍ରଭାବିତ କରିଥାନ୍ତି । ତେଣୁ ମଧୁମେୟ ରୋଗୀଙ୍କୁ ହୃଦଘାତ ହେବାର ଆଶଙ୍କା ସର୍ବଦା ରହିଥାଏ । ଏହି ରୋଗୀଙ୍କ କ୍ଷେତ୍ରରେ ଅସନ୍ତୁଳିତ ରକ୍ତ ଶର୍କରା ଯୋଗୁଁ ରକ୍ତଚାପ ପ୍ରଭାବିତ ହୋଇଥାଏ । ତେଣୁ ଜଣେ ମଧୁମେୟ ରୋଗୀ ନିଜର ବିଶେଷ ଯତ୍ନ ନେବା ଆବଶ୍ୟକ ।

ରକ୍ତ ଶର୍କରା ବୃଦ୍ଧି : ଯଦି କୌଣସି ବ୍ୟକ୍ତିଙ୍କୁ ୩୦ କିମ୍ବା ୪୫ ବର୍ଷ ବୟସରେ ମଧୁମେୟ ରୋଗ ହୁଏ ତେବେ ଅନ୍ୟ ସମସ୍ତ ଦାୟିତ୍ୱ ନେବା ସହ ସ୍ୱାସ୍ଥ୍ୟର ଯତ୍ନ ନେବା ଟିକେ କଷ୍ଟକର ହୋଇଯାଏ । ଏପରି ପରିସ୍ଥିତିରେ ରକ୍ତର ଅସନ୍ତୁଳନ ହୃଦଘାତର କାରଣ ହୋଇଥାଏ । ଅନ୍ୟପକ୍ଷେ ରକ୍ତରେ ଶର୍କକାର ବୃଦ୍ଧି ଉଚ୍ଚ ରକ୍ତଚାପ ସୃଷ୍ଟି କରିଥାଏ । ଯାହାକି ହୃଦଘାତର ଆଶଙ୍କାକୁ ଦ୍ୱିଗୁଣିତ କରିଥାଏ ।

କୋଲେଷ୍ଟ୍ରଲର ବୃଦ୍ଧି : ୪୦ ବର୍ଷ ବୟସ ଏମିତି ହୋଇଥାଏ ଯେ ଯେଉଁ ବୟସରେ ଜଣେ ବ୍ୟକ୍ତି ମୁକ୍ତ ଭାବରେ ଖାଇ ପିଇ ଥାଏ । ଏଥିପାଇଁ ଅଧିକାଶଂ ଲୋକଙ୍କର ମଧୁମେୟ ଥିଲେ ମଧ୍ୟ ସେମାନେ ନିଜ ଖାଦ୍ୟ ଅଭ୍ୟାସରେ ଅଧିକ ପରିବର୍ତ୍ତନ କରିବାକୁ ସକ୍ଷମ ହୁଅନ୍ତି ନାହିଁ । ଏପରି ପରିସ୍ଥିତିରେ ଅଧିକ ତେଲ ମସଲା ଖାଇବା ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ ହୋଇଥାଏ । କାରଣ ଏହାଦ୍ୱାରା ଶରୀରରେ କୋଲେଷ୍ଟ୍ରଲର ମାତ୍ରା ବୃଦ୍ଧି ପାଇଥାଏ । ଯେଉଁ କାରଣରୁ ପୃଷ୍ଟିକର ଖାଦ୍ୟ ଯୋଗାଉଥିବା ରକ୍ତ କଣିକା ଅବରୋଧ ହୋଇଯାଏ ଏବଂ ହୃଦଘାତ ହେବାର ଆଶଙ୍କା ବୃଦ୍ଧି ପାଇଥାଏ ।

ଧୂମପାନ ଏବଂ ଚିନ୍ତା : ୩୦ ବର୍ଷରୁ ଅଧିକ ବୟଷ୍କ ବ୍ୟକ୍ତିମାନେ ସେମାନଙ୍କର କ୍ୟାରିୟର ଓ ବ୍ୟକ୍ତିଗତ ଜୀବନ ବିଷୟରେ ଅଧିକ ଚିନ୍ତା କରିଥାନ୍ତି । ଏହି କାରଣରୁ ଉଭୟ ରକ୍ତରେ ଶର୍କରା ଓ ରକ୍ତଚାପ ବୃଦ୍ଧି ପାଇଥାଏ । ସେହିପରି ଯେଉଁମାନଙ୍କର ଧୂମପାନ ଓ ମଦ୍ୟପାନର ଅଭ୍ୟାସ ଅଛି ସେମାନଙ୍କ କ୍ଷେତ୍ରରେ ହୃଦଘାତର ଆଶଙ୍କା ଖୁବ ଶୀଘ୍ର ବ୍ୟାପିଥାଏ ।

ମଧୁମେୟରେ ହୃଦଘାତରୁ ରକ୍ଷା ପାଇବାର ଉପାୟ:
୧- ପ୍ରଥମେ ରକ୍ତରେ ଶର୍କରାକୁ ଯଥାସମ୍ଭବ ସ୍ୱାଭାବିକ ରଖନ୍ତୁ ।
୨- ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ ।
୩- ନିୟମିତ କିଛି ସମୟ ଯୋଗ ଓ ବ୍ୟାୟାମ କରନ୍ତୁ ।
୪- ହୃଦୟକୁ ସୁସ୍ଥ ରଖିବା ପାଇଁ ସୁସମ ଓ ପୃଷ୍ଟିକର ଖାଦ୍ୟ ଖାଆନ୍ତୁ ।

Get real time updates directly on you device, subscribe now.