fbpx

ବଲାଙ୍ଗିରରେ ଅଘଟଣ: ବଡ଼ଭାଇର ମୃତ୍ୟୁ ପରେ ବିଷ ପିଇଲା ସାନଭାଇ

ବଲାଙ୍ଗିର(ଓଡ଼ିଶା ଭାସ୍କର): ଆଜିକାଲି ସମ୍ପତ୍ତି ପାଇଁ ଭାଇ-ଭାଇ ମଧ୍ୟରେ ରକ୍ତ ବୋହୁଛି । କିନ୍ତୁ ଏହାରି ମଧ୍ୟରେ ଭାଇର ପ୍ରେମକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି, ଯାହା ଆପଣଙ୍କ ହୃଦୟକୁ ବି ଟଚ୍ କରିବ । ବଡ଼ଭାଇର ମୃତ୍ୟୁ ଖବର ଶୁଣି ବିଷ ପିଇଛି ସାନଭାଇ । ଏଭଳି ଏକ ଅଭାବନୀୟ ଘଟଣା ବଲାଙ୍ଗିର ବେଲପଡ଼ା ଥାନା କୁମ୍ଭାରଖାନ ଗାଁରେ ଘଟିଛି ।

ମିଳିଥିବା ସୂଚନା ଅନୁସାରେ, କାଲି ଛେଲିଆମାଲ ଡ୍ୟାମକୁ ମାଛ ଧରିବାକୁ ଯାଇ ଯୁବକ ନିଖୋଜ ଥିଲେ । ଆଜି ମୃତଦେହ ମିଳିବା ପରେ ୧୪ ବର୍ଷୀୟ ସାନଭାଇ ବିଷ ପିଇଦେଇଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ସାନଭାଇକୁ ପାଟଣାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.