fbpx

ଘର ପଛପଟୁ +୨ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପରୀକ୍ଷାରେ ବିଫଳ ହେବାରୁ ….

ସମ୍ବଲପୁର: ଗତକାଲି +୨ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଆଜି ସମ୍ବଲପୁରରୁ ଆସିଛି ଏକ ଦୁଃଖଦ ଘଟଣା । ଘର ପଛପଟୁ ଜଣେ +୨ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ବୁର୍ଲା ଥାନା ଢିପାପଡ଼ା ଗାଁର ଛାତ୍ର ରୋହନ କୁମାର ଗୁରୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ରୋହନ ଜିଏମ କଲେଜର +୨ ଛାତ୍ର ଥିବା ବେଳେ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧ ଅସ୍ପଷ୍ଟ ରହିଛି । ଅନ୍ୟପଟେ ପରୀକ୍ଷାରେ ବିଫଳ ହେବାରୁ ରୋହନ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି ।

ମିଳିଥିବା ସୂଚନା ଅନୁସାରେ, ବୁର୍ଲା ଥାନା ଢ଼ିପାପଡା ଅଞ୍ଚଳର ରୋହନ କୁମାର ଗୁରୁମ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ରେ +୨ ବିଜ୍ଞାନ ପଢୁଥିଲେ । ସେ ଦିନକୁ ପ୍ରାୟ ୮ ରୁ ୧୦ ଘଣ୍ଟା ପରିଶ୍ରମ କରୁଥିବା ପରିବାର ଲୋକ ପ୍ରକାଶ କରିଛନ୍ତି। ଗତକାଲି ଯୁକ୍ତ ଦୁଇ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ରୋହନ ଅନଲାଇନ ମାଧ୍ୟମରେ ନିଜ ରିଜଲ୍ଟ ଦେଖିଥିଲେ। ହେଲେ ସେ ବିଫଳ ହୋଇଥିବା ଜାଣିପାରି ନିଜ ବାପାଙ୍କୁ କହିଥିଲେ। କିନ୍ତୁ ରୋହନର ବାପା କଥାକୁ ଉଡାଇଦେଇ ଘରକୁ ଗଲେ ବୁଝିବି କହି ରୋହନକୁ ଫେରାଇଦେଇଥିଲେ। ରୋହନ କିନ୍ତୁ ଫେଲ ହେବା କଥାକୁ ଗୁରୁତର ସହିତ ନେଇ ମାନସିକ ଭାରସ୍ୟାମ ହରାଇ ନିଜ ଘରେ ଶୌଚାଳୟରେ ରସି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ରୋହନ ଯୁକ୍ତ ଦୁଇ ପରୀକ୍ଷାରେ ୪୯% ରଖିଥିବା ବେଳେ ଆହୁରି ଅଧିକ ନମ୍ବର ରଖିବା ପାଇଁ ଆଶା କରିଥିବା ରୋହନର ଭାଇ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.