ଝଗଡା ପରେ, ଏବେ ଷ୍ଟୋରୀରେ ଉତ୍ତର ଦିଆ ନିଆ, ପ୍ରଶଂସକ କରୁଛନ୍ତି ଚର୍ଚ୍ଚା

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବ୍ୟାଙ୍ଗଲୋର ଏବଂ ଲକ୍ଷ୍ନୌ ସୁପର ଜଏଣ୍ଟସ ମଧ୍ୟରେ ଚାଲିଥିବା ମ୍ୟାଚ୍ ରେ ଏକ ହାଇଡ୍ରାମା ଦେଖିବାକୁ ମିଳିଥିଲା।  ବିରାଟ ଏବଂ ଲକ୍ଷ୍ନୌ ର ନବୀନ ଉଲ ହକଙ୍କ ମଧ୍ୟରେ ସଂଘର୍ଷ ଲାଗିଥିଲା। ଏହାପରେ ବିରାଟ ଗମ୍ଭୀରଙ୍କ ସହ ଅନେକ ଯୁକ୍ତି ତର୍କ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା। ଏନେଇ ଉଭୟଙ୍କୁ ଜରିମାନା ମଧ୍ୟ ଦେବାକୁ ପଡିଥିଲା, ତେବେ ବର୍ତ୍ତମାନ ବିରାଟ ଏବଂ ନବୀନ ଉଲ ହକ ଇନଷ୍ଟାଗ୍ରାମରେ ଷ୍ଟୋରୀ ଦେଇ ନିଜ ନିଜର ମନର କଥା କହୁଛନ୍ତି।

ନବୀନ-ଉଲ-ହକ ତାଙ୍କ ଇନଷ୍ଟାଗ୍ରାମ କାହାଣୀରେ ଇଂରାଜୀରେ ଲେଖିଛନ୍ତି, ‘YOU GET WHAT YOU DESERVE THATS HOW IT SHOULD BE AND THATS HOW IT GOES’ ଯାହା ଓଡ଼ିଆରେ ଅନୁବାଦ କଲେ – ‘ତୁମେ ଯାହା ପାଇବାକୁ ଯୋଗ୍ୟ, ତାହା କିପରି ହେବା ଉଚିତ’ ଏବଂ ଏହା ଯାହା ହେଉଛି ।’

virat kohli naveen ul haq story

ଏହାପୂର୍ବରୁ ବିରାଟ କୋହଲି ମଧ୍ୟ ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେ ଲେଖିଛନ୍ତି, ‘ଆମେ ଯାହା ଶୁଣୁଛୁ ତାହା ଏକ ମତ, ତଥ୍ୟ ନୁହେଁ। ଆମେ ଦେଖୁଥିବା ସମସ୍ତ ବିଷୟ ଏକ ପ୍ରସଙ୍ଗରେ ଘଟେ, ଅବଶ୍ୟ ତାହା ସତ ନୁହେଁ।’ ଅବଶ୍ୟ ବିରାଟ କୋହଲିଙ୍କ ପ୍ରଶଂସକମାନେ ଏହାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି ଏବଂ ଏହାର ସ୍କ୍ରିନସଟ୍ ସୋସିଆଲ ମିଡିଆରେ ଜୋରରେ ସେୟାର କରୁଛନ୍ତି।