fbpx

Ind vs Pak ମ୍ୟାଚ ପରେ ଦଳରେ ହେବ ପରିବର୍ତ୍ତନ! ଉପ-ଅଧିନାୟକଙ୍କୁ ବାଦ୍ ଦେବାକୁ ଦାବି

AAKASH

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷ ମ୍ୟାଚରେ ଏକ ବିଶାଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଦମଦାର ବୋଲିଂ ସହ ରୋହିତ-ଶ୍ରେୟସଙ୍କ ଅର୍ଦ୍ଧଶତକରେ ବୃହତ ବିଜୟର ହକଦାର ପାଲଟିଛି ରୋହିତ ସେନା । କିନ୍ତୁ ପାକିସ୍ତାନ ପାଇଁ ଏହି ପରାଜୟ ଖୁବ ଲଜ୍ଜାଜନକ ରହିଛି । ବିଶ୍ୱକପରେ ଲଗାତାର ୮-୦ ରେ ଭାରତ ପାକିସ୍ତାନ ଉପରେ ବିଜୟ ହୋଇଛି । ଯାହାପରେ ପାକିସ୍ତାନ ଟିମରେ ଆରମ୍ଭ ହୋଇଛି ମହାଭାରତ । ପୂର୍ବ କ୍ରିକେଟର ଦଳକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି । ଏପରିକି ପାକିସ୍ତାନର ଉପ-ଅଧିନାୟକଙ୍କୁ ହିଁ ଦଳରୁୂ ବାଦ୍ ଦେବା ପାଇଁ ଦାବି କରିଛନ୍ତି ବିଶିଷ୍ଟ ଖେଳାଳି ।

ଭାରତ ନିକଟରୁ ବଡ଼ ପରାଜୟର ସମ୍ମୁଖୀନ ହେବା ପରେ ଦଳରେ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର । ଦଳରେ ଉପ-ଅଧିନାୟକଙ୍କ ଉପରେ ଅଧିକ ବିପଦ ଥିବା କହିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ମିସବାହ ଉଲ୍-ହକ୍ । ସେ କହିଛନ୍ତି ଯେ, ପାକିସ୍ତାନର ଉପ-ଅଧିନାୟକ ଶାଦବ ଖାନ୍ ଲୟରେ ନାହାନ୍ତି, ଯାହା ଦଳ ପାଇଁ ସେ ବିପଦ ପାଲଟିପାରନ୍ତି । ତେବେ ଲଗାତାର ଟି-୨୦ ଖେଳୁଥିବା ଶାଦବ ଖାନ୍ ଦିନିକିଆରେ ଲୟ ହାସଲ କରିବାରେ ସଂଘର୍ଷ କରୁଛନ୍ତି । ବିଶେଷ କରି ସ୍ପିନରମାନଙ୍କ ଆଗରେ ଅସହାୟ ଅନୁଭବ କରୁଛନ୍ତି ଶାଦବ । ଚଳିତ ବିଶ୍ୱକପରେ ୩ଟି ମ୍ୟାଚରୁ ମାତ୍ର ୨ ଟି ୱିକେଟ ହାସଲ କରିବାରେ ସଫଳ ହୋଇଛନ୍ତି ଲେଗ୍ ସ୍ପିନର ଶାଦବ ଖାନ୍ । ସେହିପରି ବ୍ୟାଟିଂରେ ମଧ୍ୟ ମାତ୍ର ୩୪ ରନ୍ ହିଁ କରିଛନ୍ତି । ତେଣୁ ବର୍ତ୍ତମାନ ଶାଦବ ଖାନଙ୍କ ସ୍ଥାନରେ ଉସମାଁ ମୀରଙ୍କୁ ଦଳରେ ସୁଯୋଗ ଦେବା ଉଚିତ ବୋଲି ମିସବାହ କହିଛନ୍ତି ।

ତେବେ ଦିନିକିଆ ଇତିହାସରେ ଶାଦବଙ୍କ ରେକର୍ଡ ଭଲ ଥିଲେ ମଧ୍ୟ ଚଳିତ ବିଶ୍ୱକପରେ ସେ ନିଜ ଲୟକୁ ନେଇ ସଂଘର୍ଷ କରୁଛନ୍ତି । ଦିନିକିଆ ଫର୍ମାଟରେ ଶାଦବ ୬୫ ଇନିଂସରୁ ୮୫ଟି ୱିକେଟ ଅକ୍ତିଆର କରିଥିବା ବେଳେ ବ୍ୟାଟର ଭାବରେ ୭୬୮ ରନ୍ କରିଛନ୍ତି । ତେବେ ଗତ କିଛି ମ୍ୟାଚରେ ସେ ବାରମ୍ବାର ଫେଲ ମାରୁଥିବା ବେଳେ ତାଙ୍କ ସ୍ଥାନରେ ଉସମାଁ ମୀରଙ୍କୁ ଦଳରେ ସୁଯୋଗ ଦେବା ପାଇଁ ମିସବାହ ଦାବି କରିଛନ୍ତି । ଏହାସହିତ ଉପଅଧିନାୟକ ପଦ ଷ୍ଟାର ବୋଲର ଶାହୀନ ଆଫ୍ରିଦିଙ୍କୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.