fbpx
BSKY
BJD YOUTH SKY
BJD MS SKY

ମହିଳାଙ୍କ ଲାଗି ରହିଛି କେନ୍ଦ୍ର ସରକାରଙ୍କ ୨ ଟି ଲାଭଦାୟକ ସଞ୍ଚୟ ଯୋଜନା, ଜାଣିନିଅନ୍ତୁ କେଉଁଥିରେ ଅଧିକ ଫାଇଦା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏପରି ବହୁ ଯୋଜନା ପରିଚାଳନା କରୁଛନ୍ତି ଯାହାର ସିଧା ଫାଇଦା ମହିଳା କିମ୍ବା ଯୁବତୀଙ୍କୁ ମିଳୁଛି । ଉଦାହରଣ ସ୍ୱରୂପ ଝିଅର ବିବାହ କିମ୍ବା ଉଜ୍ଜ୍ୱଳ ଭବିଷ୍ୟତ ଲାଗି ସୁକନ୍ୟା ସମୃଦ୍ଧି ଯୋଜନା । ଏହିପରି ଚଳିତ ବର୍ଷ ସାଧାରଣ ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣମହିଳାଙ୍କ ଲାଗି ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର ନାମକ ଏକ ବିଶେଷ ସଞ୍ଚୟ ଯୋଜନାର ଆରମ୍ଭ କରିଛନ୍ତି । ଏହି ଦୁଇ ଯୋଜନାରେ ନିବେଶ ଉପରେ ସରକାର ସର୍ବାଧିକ ସୁଧ ପ୍ରଦାନ କରୁଛନ୍ତି । ଏହି କ୍ରମରେ ଏହି ଦୁଇ ଯୋଜନା ମଧ୍ୟରୁ କେଉଁଟି ଅଧିକ ଭଲ ଆସନ୍ତୁ ଜାଣିବା ।

ସୁକନ୍ୟା ସମୃଦ୍ଧି ଯୋଜନା ଜନ୍ମ ଠାରୁ ୧୦ ବର୍ଷ ବୟସ ପର୍ଯ୍ୟନ୍ତ କନ୍ୟା ସନ୍ତାନଙ୍କ ପାଇଁ ଲାଗୁ ହେଉଛି । ଏହି ଯୋଜନାରେ ମାତ୍ର ୨୫୦ ଟଙ୍କାରେ କନ୍ୟା ଲାଗି ଆକାଉଣ୍ଟ ଖୋଲାଯାଇପାରିବ । ସରକାରଙ୍କ ପକ୍ଷରୁ ଏହା ଉପରେ ୮ ପ୍ରତିଶତ ସୁଧ ପ୍ରଦାନ କରାଯାଉଛି । ଏହି ଯୋଜନାରେ ବାର୍ଷିକ ସର୍ବାଧିକ ୧.୫୦ ଲକ୍ଷ ଟଙ୍କା ନିବେଶ କରିପାରିବେ । ଏହି ଯୋଜନାରେ ଆପଣ ଝିଅକୁ ୧୮ ବର୍ଷ ହେଲେ ୫୦% ପଇସା ତାର ଉଚ୍ଚଶିକ୍ଷା ଲାଗି ଉଠାଇପାରିବେ କିମ୍ବା ୨୧ ବର୍ଷ ବୟସରେ ବିବାହ ଲାଗି ପୁରା ରାଶି ଉଠାଇପାରିବେ । ଆପଣ କୌଣସି ବି ଡାକଘର କିମ୍ବା ବ୍ୟାଙ୍କରେ ଏହି ଆକାଉଣ୍ଟ ଖୋଲିପାରିବେ ।

ଅନ୍ୟପକ୍ଷରେ ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ରରେ ନିବେଶ ଅବଧି ୨ ବର୍ଷ ଅଟେ । ନିବେଶର ନ୍ୟୁନତମ ସୀମା ୧୦୦୦ଟଙ୍କା ଓ ସର୍ବୋଚ୍ଚ ସୀମା ୨ଲକ୍ଷ ପର୍ଯ୍ୟନ୍ତ ରହିଛି । ଏହି ନିବେଶ କ୍ଷେତ୍ରରେ ସରକାର ୭.୫ % ସୁଧ ଦେଉଛନ୍ତି । ପ୍ରଥମ ବର୍ଷ ନିବେଶ କରିବା ପରେ ଖାତାଧାରକ ୪୦ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥରାଶି ଉଠାଇ ପାରିବ । ଯଦି ଆପଣ ଅକ୍ଟୋବର ୨୦୨୩ରେ ଖାତା ଖୋଲିଛନ୍ତି ତେବେ ଏହା ଅକ୍ଟୋବର ୨୦୨୫ରେ ମାଚ୍ୟୁୟର ହୋଇଯିବ । କୌଣସି ବି ବ୍ୟାଙ୍କ କିମ୍ବା ଡାକଘରେ ଆପଣ ଏହି ଖାତା ଖୋଲିପାରିବେ ।

Get real time updates directly on you device, subscribe now.