fbpx

ଛୋଟ ଡ୍ରେସ ପିନ୍ଧି ନାଚିବା ଏକ ଅଶ୍ଳୀଳତା ନୁହେଁ… କୋର୍ଟ ଶୁଣାଇଲେ ଏଭଳି ନିଷ୍ପତ୍ତି

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଅନେକ ପାର୍ଟି, ବାର ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରାଯାଉଛି । ଏଥିରେ କିଛି ମହିଳା ଛୋଟ ଡ୍ରେସ ପିନ୍ଧି ଡାନ୍ସ କରିଥାନ୍ତି, ଯାହାକୁ ଦେଖିବା ପାଇଁ ଅନେକ ଭିଡ଼ ମଧ୍ୟ ହୋଇଥାଏ । ତେବେ କିଛି ଲୋକ ଏହାକୁ ପସନ୍ଦ କରିନଥାନ୍ତି, ସେଥିପାଇଁ ଡାନ୍ସରମାନଙ୍କୁ ଗାଳିଗୁଲଜ କରିବା ସହ ଅଶ୍ଳୀଳ ବୋଲି ଆଖ୍ୟା ଦେଇଥାନ୍ତି । କିନ୍ତୁ କୋର୍ଟ ଏହାକୁ ସମ୍ପୂର୍ଣ୍ଣ ବାରଣ କରଯାଇଛି । ଏହି ନୃତ୍ୟକୁ ବା ମହିଳାଙ୍କୁ ଅଶ୍ଳୀଳ ବୋଲି କୁହାଯି ନାହିଁ ବୋଲି ଅଦାଲତ ଶୁଣାଣି କରିଛନ୍ତି ।

ରିପୋର୍ଟ ଅନୁସାରେ, ବର୍ତ୍ତମାନ ସମୟରେ ବିକିନି ବା ସର୍ଟସ ଡ୍ରେସ ପିନ୍ଧି ନାଚିବା ଏକ ଅଶ୍ଳୀଳତା ବୋଲି କୁହାଯାଇ ପାରିବ ନାହିଁ । ଏହାଦ୍ୱାରା କୌଣସି ଉତ୍ତେଜିତ ଘଟଣାକୁ କିମ୍ବା ମାନସିକତାକୁ କ୍ଷତି ପହଞ୍ଚିବ ନାହିଁ ବୋଲି କହିଛନ୍ତି ଅଦାଲତ । ଏ ନେଇ ଏକ ମାମଲାର ଶୁଣାଣୀ କରିବା ସମୟରେ ଏଭଳି ଏକ ରାୟ ପ୍ରକାଶ କରିଛନ୍ତି ବମ୍ବେ ହାଇକୋର୍ଟ । ଛୋଟ ସ୍କର୍ଟ ପିନ୍ଧିବା କିମ୍ବା ଉତ୍ତେଜିତ ଡାନ୍ସ କରିବା ବିରୋଧରେ କୌଣସି ବ୍ୟକ୍ତିଙ୍କ ନାଁରେ ଅଭିଯୋଗ କରାଯାଇ ପାରିବ ନାହିଁ । ଏପରି ରାୟ ଶୁଣାଇ ବମ୍ବେ ହାଇକୋର୍ଟ ଏକ ମାମଲାକୁ ଖାରଜ କରିଛନ୍ତି । ଆଇପିସି ଧାରା ୨୯୪ ଅନୁସାରେ, ଏଭଳି ମାମଲାରେ କୌଣସି ଦଣ୍ଡବିଦାନ ଲାଗୁ କରାଯାଇ ପାରିବ ନାହିଁ ।

ସୂଚନା ଅନୁସାରେ, ଏକ ପ୍ରାଇଭେଟ ରିସୋର୍ଟର ଡାଇନିଙ୍ଗ ହଲରେ ରେକଡ କରିଥିଲା ପୋଲିସ । ଏଠାରେ ୬ ଜଣ ବ୍ୟକ୍ତି ଛୋଟ ଡ୍ରେସ ପିନ୍ଧା ମହିଳାଙ୍କ ଅଶ୍ଳୀଳ ନୃତ୍ୟ ଦେଖିବା ସହ ସେମାନଙ୍କ ଉପରେ ନକଲି ଟଙ୍କା ଉଡ଼ାଉଥିବା ଅଭିଯୋଗ ହୋଇଥିଲା । ଏହାସହିତ ଦର୍ଶକମାନେ ବିଦେଶୀ ମଦ୍ୟପାନ କରୁଥିବା ମଧ୍ୟ ଏହି ଅଭିଯୋଗରେ ଦର୍ଶାଇଥିଲା ପୋଲିସ । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ବମ୍ବେ ହାଇକୋର୍ଟ କହିଛନ୍ତି ଯେ, ନୈତିକତା ଦୃଷ୍ଟିରୁ ଧାରା ୨୯୪(କ) ଅନୁସାରେ ଏ ନେଇ କୌଣସି ମୋକଦ୍ଦମା କରାଯାଇ ପାରିବ ନାହିଁ ।

ଆବେଦନକାରୀ ତଥା ଡାନ୍ସର ମାନଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଖାରଜ କରିଛନ୍ତି ଅଦାଲତ । କୋର୍ଟ କହିଛନ୍ତି ଯେ, ସେମାନଙ୍କ ବିରୋଧରେ କୌଣସି ଅଶୋଭନୀୟ ଘଟଣା କିମ୍ବା ଅପମାନଜନକ ଭାଷାର ପ୍ରୟୋଗ କରିବା ନେଇ ଅଭିଯୋଗରେ ଦର୍ଶାଯାଇ ନାହିଁ । ଏହାବ୍ୟତୀତ ନିଶାରେ ସେମାନେ କୌଣସି ବ୍ୟକ୍ତିଙ୍କୁ ସମସ୍ୟାରେ ପକାଇଥିବା ମଧ୍ୟ ଅଭିଯୋଗ ହୋଇନାହିଁ । ତେଣୁ ଧାରା ୧୩୧(ଏ) ସାର୍ବଜନିକ ମନୋରଞ୍ଜନ ପାଇଁ ପୋଲିସ ଅନୁମତି ବା ଲାଇସେନ୍ସ ବିନା ଏପରି କାର୍ଯ୍ୟ କଲେ ଦଣ୍ଡ ଦିଆଯାଇପାରେ । ତେବେ ଏହା କେବଳ ସେହି ସ୍ଥାନ ଉପରେ ଲାଗୁ ହୋଇ ପାରିବ । ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ ନୁହେଁ ।

Get real time updates directly on you device, subscribe now.