fbpx
BSKY
BJD MC SKY
BJD YOUTH SKY

ମାର୍କେଟକୁ ଆସିଲା ନାଗିନ ଜୋତା, ସୋସିଆଲ ମିଡିଆରେ ଷ୍ଟାଇଲକୁ ନେଇ ଚର୍ଚ୍ଚା

ଓଡିଶା ଭାସ୍କର : ପରିପର୍ତ୍ତନ ହେଉଛି ଦୁନିଆ । ଆଜିକାଲି ଅନେକ ନୂଆ ନିୟମ ହେଉଛି । ଏହା ପରେ ଏହି ନିୟମକୁ ଅନେକ ସ୍ଥାନରେ ପାଳନ କରାଯାଉଛି ଅନେକ ସ୍ଥାନରେ ପାଳନ କରାଯାଉ ନାହିଁ । ସମୟ ସମୟରେ ଖାଦ୍ୟ ପେୟ, ପିନ୍ଧିବା, ସମାଜର ନିୟମରେ ପରିବର୍ତ୍ତନ ହୋଇଥାଏ । ପୋଷାକ ପରିଧାନ ଏପରି ଏକ ଜିନିଷ ଯାହା ଦ୍ରୃତ ଗତିରେ ପରିବର୍ତ୍ତନ ହେବାରେ ଲାଗିଛି । କିଛି ଦିନ ପରେ ପ୍ରତ୍ୟେକ ପୋଷାକରେ ପରିବର୍ତ୍ତନ ଦେଖିବାକୁ ମିଳେ । କିନ୍ତୁ କୌଣସି ଜିନିଷର ଏତେ ମାତ୍ରାରେ ପରିବର୍ତ୍ତନ କରିବା ଆବଶ୍ୟକ ନୁହେଁ ଯାହା ଦ୍ୱାରା ଏହା ଅଜବ ପ୍ରକାର ଦେଖିଯିବ ।

ତେବେ ସୋସିଆଲ ମିଡିଆରେ ଜୋତାର ଫ୍ୟାସନ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ସୋସିଆଲ ମିଡିଆରେ ଆଜିକାଲି ଏକ ଜୋତାର ଭିଡିଓ ଭାଇରାଲ ହେଉଛି ଯାହା ଲୋକମାନେ ଖୁବ ପସନ୍ଦ କରିଛନ୍ତି । ଏହି ଜୋତା ଦେଖିବାକୁ ଏତେ ଅଜବ ପ୍ରକାର ଏହାକୁ ଦେଖିବା ପରେ ସମସ୍ତେ ଡରୁଛନ୍ତି । ଏହା ଜୋତା କମ ଏହା ସାପର ଫଣା ପରି ଲାଗୁଛି । ଭାଇରାଲ ଭିଡିଓରେ ଆପଣ ଦେଖିବେ ଗୋଟିଏ ଝିଅ ଯୋତା ପିନ୍ଧୁଛି । ଯଦି କେହି ଲୋକ ଏହି ଜୋତାକୁ ପ୍ରଥମ ଥର ଦେଖିବ ତେବେ ସେ ଏହାକୁ ଜୋତା କମ ଏବଂ ସାପ ଫଣା ଅଧିକ ଭାବିବ ।

ଏହି ଭାଇରାଲ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି । ଏହାକୁ @neelu_kaushik_4685 ନାମକ ଆକାଉଣ୍ଟରେ ସେୟାର କରାଯାଇଛି । ଏବେ ପର୍ଯ୍ୟନ୍ତ ଏହାକୁ ୧ ଲକ୍ଷ ୩୨ ହଜାର ଲୋକ ଲାଇକ କରିସାରିଛନ୍ତି । ଏହାକୁ ଦେଖିବା ପରେ ଅନେକ ଲୋକ ଅନେକ କମେଣ୍ଟ ମଧ୍ୟ କରରଛନ୍ତି । ଏହାକୁ ଦେଖିବା ପରେ ଜଣେ ବ୍ୟକ୍ତି କମେଣ୍ଟ କରିଛନ୍ତି ଏହା ହେଉଛି ଫ୍ୟାସନର ଚରମ ସୀମା, ଅନ୍ୟଜଣେ ଇନଷ୍ଟାଗ୍ରାମ ୟୁଜର ଲେଖିଛନ୍ତି ଏହା ନାଗ ଦେବତାଙ୍କ ଅପମାନ ।

Get real time updates directly on you device, subscribe now.