fbpx

ଉତ୍ତର ପ୍ରଦେଶ ପରେ ହରିୟାଣାର ମଦରସାରେ ବାଧ୍ୟତାମୂଳକ ହୋଇପାରେ ଜାତୀୟ ସଙ୍ଗୀତ ଗାନ

ଚଣ୍ଡିଗଡ: ହରିୟାଣାରେ ସମସ୍ତ ମଦରସାରେ ଅନିବାର୍ଯ୍ୟ ହୋଇପାରେ ରାଷ୍ଟ୍ରୀୟ ଗାନ। ରାଜ୍ୟର ଶିକ୍ଷା ମନ୍ତ୍ରୀ କନଓ୍ଵର ପାଲ ଶୁକ୍ରବାର ଏହି ସଙ୍କେତ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଏଥିରେ କିଛି କ୍ଷତି ନାହିଁ। ଜାତୀୟ ସଙ୍ଗୀତ ପ୍ରତ୍ୟେକ ସ୍ଥାନରେ ଗାଇବା ଉଚିତ୍, ସେ ମଦରସା ହେଉ କି ସ୍କୁଲ ହେଉ। ଏଥିରେ କାହାରି କିଛି ଆପତ୍ତି ନହେବା ଉଚିତ୍।
ଉତ୍ତର ପ୍ରଦେଶ ସରକାର ଗୁରୁବର ମଦରସାରେ ଜାତୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ କରିଛନ୍ତି। ଏହା ପରେ ହରିୟାଣାରୁ ଏମିତି ସଙ୍କେତ ମିଳିଛି। କଂଗ୍ରେସ ନେତା ରଣଦୀପ ସିଂହ ସୁରଜେଓ୍ଵାଲା ହରିୟାଣା ସରକାର ନବମ ଶ୍ରେଣୀର ନୂତନ ଇତିହାସ ପୁସ୍ତକ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ପୁସ୍ତକରେ ୧୯୪୭ରେ ଦେଶ ବିଭାଜନର କାରଣ ମଧ୍ୟରେ କଂଗ୍ରେସର “ତୃଷ୍ଟୀକରଣର ନୀତି” ମଧ୍ୟ ଉଲ୍ଲେଖ ରହିଛି।

ଏହା ଉପରେ କନଓ୍ଵର ପାଲ୍ କହିଛନ୍ତି, ଆପଣ ଇତିହାସକୁ ନିଜ ହିସାବରେ ତିଆରି କରି ପାରିବେ ନାହିଁ। ଯେତେବେଳେ ପୁସ୍ତକ ଅନେକ କ୍ଷେତ୍ରରେ କଂଗ୍ରେସକୁ ଶ୍ରେୟ ଦେଉଛି ତେବେ ତ୍ରୁଟିକୁ ମଧ୍ୟ ଉଜାଗର କରାଯାଇ ପାରିବ। ଦେଶର ବିଭାଜନକୁ ସ୍ଵୀକାର କରିବା ମସ୍ତବଡ ଭୁଲ୍ ଥିଲା ଏବଂ ପୁସ୍ତକରେ ଏହା ଉଲ୍ଲେଖ ଥିବା ଶିକ୍ଷା ମନ୍ତ୍ରୀ କହିଛନ୍ତି।

ହରିୟାଣା ସହିତ ମଧ୍ୟ ପ୍ରଦେଶରେ ମଧ୍ୟ ମଦରସାରେ ଜାତୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ କରାଯିବା ଉପରେ ରାଜ୍ୟ ସରକାର ବିଚାର କରୁଛନ୍ତି। ମଧ୍ୟ ପ୍ରଦେଶର ବିଜେପି ସଭାପତି ବିଷ୍ଣୁ ଦତ୍ତ ଶର୍ମା କହିଛନ୍ତି, ସମଗ୍ର ଦେଶର ସମସ୍ତ ଶିକ୍ଷାନୁଷ୍ଠାନଗୁଡିକରେ ଜନ ଗଣ ମନ ପାଠ କରାଯିବା ଉଚିତ୍। ଜାତୀୟ ସଙ୍ଗୀତ ଗାନ କରାଯିବା ଉଚିତ୍।

 

Get real time updates directly on you device, subscribe now.