fbpx

ଚିନ୍ତନ ଶିବିର ସମୟରେ କଂଗ୍ରେସକୁ ବଡ ଝଟକା, ଦଳ ଛାଡିଲେ ବରିଷ୍ଠ ନେତା ସୁନୀଲ ଜାଖଡ

ନୂଆଦିଲ୍ଲୀ: କଂଗ୍ରେସର ଚିନ୍ତନ ଶିବିର ମଧ୍ୟରେ ଅସନ୍ତୁଷ୍ଟ କଂଗ୍ରେସ ନେତା ତଥା ପଞ୍ଜାବର ପୂର୍ବତନ ରାଜ୍ୟ ସଭାପତି ସୁନୀଲ ଜାଖଡ ଶନିବାର ପାର୍ଟିରୁ ଇସ୍ତଫା ଦେଇଛନ୍ତି। ସେ ଫେସବୁକ ଲାଇଭ ଜରିଆରେ କଂଗ୍ରେସ ଛାଡୁଥିବା ଘୋଷଣା କରିଛନ୍ତି। ଜାଖଡ କଂଗ୍ରେସରେ ଜାତିଗତ ସମୀକରଣ ଉପରେ ପ୍ରଶ୍ନ ଉଠାଇ ପାର୍ଟି ହାଇକମାଣ୍ଡକୁ ଟାର୍ଗେଟ୍ କରିଛନ୍ତି। ସେ ଅମ୍ବିକା ସୋନିଙ୍କ ନାମ ନେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୋନିଆ ଗାନ୍ଧୀଙ୍କ ନିକଟରେ ଦାବି କରିଛନ୍ତି।

ସେ  କହିଛନ୍ତି, ତାଙ୍କ ପରିବାରର ତିନି ପିଢି ୫୦ ବର୍ଷ ପର୍ଯ୍ୟନ୍ତ କଂଗ୍ରେସର ସେବା କରିଛନ୍ତି। ହେଲେ ପାର୍ଟିର ନୀତି ଅନୁସାରେ ନଚାଲିବାରୁ ତାଙ୍କ ନିକଟରୁ ପାର୍ଟିର ସମସ୍ତ ପଦ ଛଡାଇ ନିଆଯାଇଥିଲା। ପାର୍ଟି ହାଇକମାଣ୍ଡଙ୍କ ଏମିତି ଆଭିମୁଖ୍ୟ ଜାଖଡଙ୍କୁ ଖୁବ୍ ବାଧିଥିଲା।

ନିଜ ମନ କଥା କହିବା ପାଇଁ ଫେସବୁକରେ ଲାଇଭ୍ ଯିବାର କିଛି ଘଣ୍ଟା ପୂର୍ବରୁ ସୁନୀଲ ଜାଖଡ ନିଜର ଟୁଇଟର ବାୟୋରୁ କଂଗ୍ରେସ ହଟାଇ ଦେଇଥିଲେ। ପାର୍ଟି ବିରୋଧୀ ବୟାନ ପାଇଁ ସନୀଲ ଜାଖଡଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। କିନ୍ତୁ ଜାଖଡ ନୋଟିସର କୌଣସି ଜବାବ ଦେଇନଥିଲେ। କାର‌୍ୟ୍ୟାନୁଷ୍ଠାନ ସ୍ଵରୂପ ଅନୁଶାସନ ବିରୋଧୀ କମିଟି ଜାଖଡଙ୍କୁ ସର୍ବଦଳୀୟ ପଦର ହଟାଇବାକୁ ନିଷ୍ପତ୍ତି ନେଇଥିଲେ।

 

Get real time updates directly on you device, subscribe now.