fbpx

ଆସିକାର ପୂର୍ବତନ MLA ସରୋଜ ପାଢ଼ୀଙ୍କ ପତ୍ତା ମିଳୁନି: କିଡନାପ୍ ନେଇ ବଢ଼ିଲା ସନ୍ଦେହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କର କୌଣସି ଖୋଜ ଖବର ନାହିଁ । ଗତକାଲିଠାରୁ ସରୋଜ ନିଖୋଜ ଥିବା ନେଇ ତାଙ୍କ ପୁଅ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି । ତେବେ ସରୋଜଙ୍କୁ କେହି କିଡନାପ୍ କରିଥିବା ତାଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି । ଭୁବନେଶ୍ୱରର ୟୁନିଟ-୬ ସୂର୍ଯ୍ୟନଗରସ୍ଥିତ ଏକ ଆପାର୍ଟମେଣ୍ଟରେ ସରୋଜ ନିଜ ପରିବାର ସହ ରହୁଥିବା ବେଳେ ଗତକାଲି ସକାଳେ ସେ କୌଣସି କାରଣରୁ ବାହାରକୁ ଯାଇ ଆଉ ଫେରି ନଥିଲେ ।

ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ସରୋଜଙ୍କ ଫୋନ୍ ସୁଇଜ୍ ଅଫ୍ ଦେଖାଇବାରୁ ତାଙ୍କର ପରିବାର ଲୋକେ ବିବ୍ରତ ହୋଇ ପଡ଼ିଥିଲେ । ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିବା ସହ ଚାରିଆଡ଼େ ଖୋଜିବା ପରେ ସରୋଜଙ୍କର କୌଣସି ପତ୍ତା ମିଳିନଥିଲା । ସରୋଜ ଘରୁ ଯିବା ପୂର୍ବରୁ କାହାକୁ ଦେଖା କରିବାକୁ ଯାଉଛନ୍ତି ସେନେଇ ପରିବାର ଲୋକଙ୍କୁ କିଛି ଜଣାଇ ନଥିଲେ ।

ତେବେ ଗତକିଛି ଦିନ ହେଲା ସରୋଜଙ୍କ ନିକଟକୁ କିଛି ସନ୍ଦେହଜନକ ଫୋନ୍ ଆସୁଥିଲା । ଉକ୍ତ ଫୋନକୁ ନେଇ ସରୋଜ ଅଧିକାଂଶ ସମୟରେ ବ୍ୟସ୍ତ ରହୁଥିଲେ । କିଏ ଓ କାହିଁକି ଫୋନ କରୁଥିଲେ ତାହା ପରିବାର ଲୋକେ ଜାଣି ନାହାନ୍ତି । ବୋଧହୁଏ କେହି ସରୋଜଙ୍କୁ ବ୍ଲାକମେଲିଂ କରୁଥିଲେ ବୋଲି ତାଙ୍କର ପୁଅ କହିଛନ୍ତି । ସରୋଜ ଜଣେ ରାଜନେତା ହୋଇଥିବାରୁ ଏହି ଘଟଣାକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରି ପୋଲିସ ତଦନ୍ତ ଆରମ୍ଭ କରିଛି । ସରୋଜଙ୍କର ମୋବାଇଲ ନମ୍ବରର ମାସକର କଲ ଡିଟେଲ୍ସ ରେକର୍ଡ ମଗାଯାଇଛି । ସୂଚନାଯୋଗ୍ୟ ଯେ, ସରୋଜ ଗତ ୨୦୦୪ରେ ଆସିକାରୁ ସ୍ୱାଧିନ ପ୍ରାର୍ଥୀ ଭାବେ ବିଧାୟକ ହୋଇଥିଲେ । ୨୦୧୪ରେ ସେ ନିର୍ବାଚନ ଲଢ଼ିଥିଲେ ଓ ୨୦୧୯ରେ କଂଗ୍ରେସ ଛାଡ଼ିଥିଲେ ।

Get real time updates directly on you device, subscribe now.