fbpx

ଗାଡି ଚଢାଇଦେଲେ ମୃଗ ଶିକାରୀ: ୩ ପୋଲିସ ଅଧିକାରୀଙ୍କ ପରଲୋକ

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶର ଗୁନାରେ ବଡ ଅଘଟଣ । ଶିକାରୀଙ୍କ ଆକ୍ରମଣରେ ୩ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି। ଏନକାଉଣ୍ଟରରେ ଜଣେ ଏସଆଇରାଜ କୁମାର ଜାଦବ,କନେଷ୍ଟବଳ ନୀରଜ ଭାର୍ଗବ ଓ ଶାନ୍ତାରାମ ସହିଦ ହୋଇଛନ୍ତି । ସୂଚନା ଅନୁସାରେ, ମଧ୍ୟପ୍ରଦେଶର ଗୁନାରେ ଶିକାରୀ ମାନେ କୃଷ୍ଣସାର ମୃଗ ଶିକାର କରୁଥିବା ନେଇ ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା ।

ପରେ ସେହି ସ୍ଥାନରେ ପୋଲିସ ଟିମ ଚଢାଉ କରିଥିଲା । ପରେ ଶିକାରୀମାନେ ପୋଲିସ ଉପରକୁ ଗୁଳିମାଡ କରିଥିଲେ । ପୋଲିସ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲା । ଏଥିରେ ଜଣ ପୋଲିସ ଏସଆଇରାଜ କୁମାର ଯାଦବ, କନେଷ୍ଟବଳ ନୀରଜ ଭାର୍ଗବ ଓ ଶାନ୍ତାରାମ ସହିଦ ହୋଇଥିଲେ ।

ଘଟଣାସ୍ଥଳରେ ଗୁନା ଏସପି ରାଜୀବ ମିଶ୍ରା ଓ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରୁ ଚାରୋଟି କୃଷ୍ଣସାର ମୃଗଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ

Get real time updates directly on you device, subscribe now.