fbpx

ଏସବିଆଇ କ୍ଲର୍କଙ୍କ ସାମାନ୍ୟ ଭୁଲ: ୧୫ କର୍ମଚାରୀଙ୍କ ଖାତାକୁ ଗଲା ୧.୫ କୋଟି

ନୂଆଦିଲ୍ଲୀ: କୁହାଯାଏ ମଣିଷ ମାତ୍ରକେ ଭୁଲ୍ । ମାତ୍ର ଭୁଲଟି ବଡ ହେଇଗଲେ ତାହା ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଯାଏ । ଏମିତି ଜଣେ କର୍ମଚାରୀଙ୍କ ସାମାନ୍ୟ ଭୁଲ୍ ପାଇଁ ବ୍ୟାଙ୍କକୁ ଲାଗିଛି ଦେଢ କୋଟିର ଚୂନ । ନିକଟରେ ଜଣେ ଏସବିଆଇ କ୍ଲର୍କଙ୍କ ସାମାନ୍ୟ ଭୁଲ ପାଇଁ ଅଟକି ଯାଇଥିଲା ଦେଢ କୋଟି ଟଙ୍କା । ତେଲେଙ୍ଗାନା ସରକାରଙ୍କ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଦଳିତ ବନ୍ଧୁ ଯୋଜନାରେ ଖର୍ଚ୍ଚ ପାଇଁ ଉକ୍ତ ଟଙ୍କା ରଖା ଯାଇଥିଲା ।

ପ୍ରତି ଅନୁସୂଚିତ ଜାତି ଓ ଜନଜାତି ପରିବାରକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାନ୍ତା । ଏହା ଦ୍ୱାରା ପରିବାରକୁ ଆୟର ଏକ ସୁଯୋଗ ମିଳିବ ବୋଲି ଆଶା କରାଯାଉଥିଲା । ତେବେ ଏହି ଅର୍ଥକୁ ଭୁଲରେ ୧୦ ଜଣ ବ୍ୟାଙ୍କ କର୍ମଚାରୀଙ୍କ ଆକାଉଣ୍ଟକୁ ପଠାଯାଇଥିଲା । ଏହି ଅର୍ଥରାଶିକୁ ଭୁଲରେ କିନ୍ତୁ ଲୋଟସ ହସ୍ପିଟାଲର ୧୫ ଜଣଙ୍କ ଆକାଉଣ୍ଟକୁ ପଠା ଯାଇଥିଲା ।

ଏହି ୧୫ ଜଣ କର୍ମଚାରୀଙ୍କ ମଧ୍ୟରୁ ୧୪ ଜଣ ଟଙ୍କା ଫେରାଇଥିବା ବେଳେ ଜଣେ କର୍ମଚାରୀଙ୍କ ଠାରୁ ପଇସା ଫେରିନଥିଲା । ରଙ୍ଗା ରେଡ୍ଡୀ ଜିଲ୍ଲାରେ ଏହି କାଣ୍ଡ ଘଟିଥିବା ବେଳେ ଜିଲ୍ଲାପାଳ ଅଫିସରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ତଦନ୍ତ ପରେ ବ୍ୟାଙ୍କ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା । ବ୍ୟାଙ୍କ ପକ୍ଷରୁ କଲ୍ ଯିବା ପରେ ୧୪ ଜଣ କର୍ମଚାରୀ ପଇସା ଫେରସ୍ତ କରି ଦେଇଥିଲେ । ତେବେ ମହେଶ ନାମକ ଜଣେ କର୍ମଚାରୀ ମୋଦୀ ୧୦ ଲକ୍ଷ ଟଙ୍କା ପଠାଇଛନ୍ତି ବୋଲି ଭାବି ପଇସା ଖର୍ଚ୍ଚ କରିଥିଲେ । ନିଜର ସମସ୍ତ ଋଣ ଶୁଝିବା ସହିତ କିଛି ଅର୍ଥ ଖର୍ଚ୍ଚ ମଧ୍ୟ କରିଥିଲେ । ମହେଶ ନିକଟରୁ ୬.୭୦ ଲକ୍ଷ ଟଙ୍କା ଉଦ୍ଧାର ହୋଇଥିବା ବେଳେ ଆହୁରି ୩.୩୦ ଲକ୍ଷ ଟଙ୍କା ଶୁଝିବା ବାକି ରହିଥିବା ଜଣାପଡିଛି ।

Get real time updates directly on you device, subscribe now.