fbpx

କରୋନାରେ ଆକ୍ରାନ୍ତ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ: ଇନଷ୍ଟାଗ୍ରାମ ପୋଷ୍ଟରୁ ମିଳିଲା ସୂଚନା

ନୂଆଦିଲ୍ଳୀ: ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ପୋଷ୍ଟ କରି ଆର୍ଡେନ୍ ଏହି ସୂଚନା ଦେଇଛନ୍ତି । ସେ ପଜିଟିଭ୍ ହୋଇଥିଲେ ମଧ୍ୟ ଚଳିତ ମାସର ଶେଷ ଆଡକୁ ସେ ଏକ ବିଜିନେସ୍ ଟୁର୍ କରିବା ସହିତ ଆମେରିକା ଗସ୍ତ କରି ହାଭାର୍ଡରେ ଭାଷଣ ଦେବେ । ଶନିବାର ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ସୂଚନା ପ୍ରଦାନ କରିଛନ୍ତି ।

ଏହା ସହିତ ଆସନ୍ତା ସପ୍ତାହରେ ସରକାରଙ୍କ ତରଫରୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାର ଥିଲା । ବଜେଟ୍ ଅଧିବେଶନ ସହିତ ଗ୍ରୀନ୍ହାଉସ୍ ଗ୍ୟାସ୍ ନିର୍ଗମନ ଉପରେ ନିଷ୍ପତ୍ତି ହେବ ବୋଲି ଯୋଜନା ରହିଥିଲା । ତେବେ ବିଭିନ୍ନ ସରକାରୀ ଅଧିକାରୀଙ୍କ ସହିତ ସେ ସମ୍ପର୍କରେ ରହିଥିବା କଥା କହିଛନ୍ତି ଆର୍ଡେନ୍ ।

ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଆର୍ଡେନ ଦୁଇ ଡୋଜର ଟିକା ନେଇ ସାରିଥିବା ବେଳେ ତାଙ୍କ ସ୍ୱାମୀ କ୍ଲାର୍କ ଗେଫୋର୍ଡ ପ୍ରଥମେ କୋଭିଡ୍ ଆକ୍ରାନ୍ତ ହୋଇଥିଲେ । ରବିବାର ଠାରୁ ଉଭୟ ଆଇସୋଲେସନରେ ରହିଥିବା ବେଳେ ଆର୍ଡେନଙ୍କ ଠାରେ ମଧ୍ୟମ ଧରଣର ଲକ୍ଷଣ ରହିଥିବା କୁହାଯାଇଛି ।

 

View this post on Instagram

 

A post shared by Jacinda Ardern (@jacindaardern)

Get real time updates directly on you device, subscribe now.