fbpx

ମାଡ଼ି ଆସୁଛି ବାତ୍ୟା: ୪ରେ ସ୍ଥଳଭାଗ ଛୁଇଁବ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ । ବାତ୍ୟା ଆସୁଥିବା ନେଇ ସୂଚନା ଦେଇଛନ୍ତି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ୪ ତାରିଖ ଦିନ ସକାଳ ସମୟରେ ବାତ୍ୟା ଉପକୂଳରେ ପହଞ୍ଚିବ ବୋଲି କହିଛନ୍ତି ଆଇଏମଡି ଡିଜି । ସେ କହିଛନ୍ତି ଯେ, ଆଜି ପୂର୍ବାହ୍ନରେ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । କାଳକ୍ରମେ ପଶ୍ଚିମ-ଉତ୍ତର ପଶ୍ଚିମ ଆଡକୁ ଗତି କରିବ ଓ ୨ ତାରିଖରେ ଡିପ୍ରେସନ୍ ରେ ପରିଣତ ହେବ । ୩ ତାରିଖ ରାତିରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ । ୪ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୩ ତାରିଖ ମଧ୍ୟରାତ୍ରିରୁ ପବନର ବେଗ ବଢ଼ିବ । ଏହାର ପ୍ରଭାବରେ ୪୦ରୁ ୪୫ କିମି ବେଗରେ ବହିବ ବୋଲି ଡିଜି ସୁଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ୪ ତାରିଖ ଦିନ ସକାଳେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳରେ ପହଞ୍ଚିବ । ଓଡ଼ିଶାରେ ଏହାର ପ୍ରଭାବ ଅଧିକ ରହିବ ବୋଲି ସୂଚନା ମିଳିଛି ।

ଓଡ଼ିଶାରେ ଏହାର ପ୍ରଭାବ ଅଧିକ ରହିବ ବୋଲି ସୂଚନା ମିଳିଛି । ଅବପାତରେ ପରିଣତ ହେବାପରେ କେଉଁ କେଉଁ ଜିଲ୍ଲାରେ ବର୍ଷାର ପରିଣାମ ଅଧିକ ରହିବ ତାହା ଜଣାପଡ଼ିବ । ୪ ତାରିଖ ଦିନ ବର୍ଷା ଓ ପବନର ବେଗବଢ଼ିବ ଓ ୫ ତାରିଖରେ କେବଳ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.