fbpx

ଘରୁ ଜବତ ହେଲା ୪ଜଣଙ୍କ ମୃତଦେହ, ମୃତକଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀ ଓ ଦୁଇପିଲା ସାମିଲ

ନୂଆଦିଲ୍ଲୀ: ଗୋଟିଏ ଘରୁ ଜବତ ହୋଇଛି ପରିବାରର ୪ ଜଣଙ୍କ ମୃତଦେହ । ମୃତକଙ୍କ ମଧ୍ୟରେ ରହିଛନ୍ତି ସ୍ୱାମୀ-ସ୍ତ୍ରୀ ଓ ଦୁଇଜଣ ପିଲା । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀର ସମୟପୁର ବଦଲି ଅଞ୍ଚଳରୁ । ମଙ୍ଗଳବାର ଦିନ ଘର ଭିତରୁ ମୃତଦେହ ଉଦ୍ଧାର ହୋଇଛି । ପ୍ରାଥମିକ ତଦନ୍ତରେ ପରିବାରର ସମସ୍ତେ ସୁଇସାଇଡ୍ କରିଥିବା ଅନୁମାନ କରାଯାଉଛି । ହେଲେ ସ୍ପଷ୍ଟ ଭାବରେ ମୃତ୍ୟୁର କାରଣ ଜଶାପଡ଼ିନାହିଁ ।

ସୂଚନା ମୁତାବକ, ମୃତକଙ୍କ ମଧ୍ୟରେ ଜଣେ ବ୍ୟକ୍ତି(୫୦ ବର୍ଷ), ତାଙ୍କ ପତ୍ନୀ(୨୫) ଓ ଦୁଇଜଣ ପିଲା(୬ ବର୍ଷ ଓ ତିନି ବର୍ଷ) ରହିଛନ୍ତି । ଖବର ପାଇ ପୋଲିସ୍ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ପୋଷ୍ଟମଟମ୍ ପାଇଁ ପଠାଇଛି ।

Get real time updates directly on you device, subscribe now.