fbpx

ବିଦେଶ ଯାତ୍ରା କରିବା ପୂର୍ବରୁ ପାସପୋର୍ଟ ସହ ଲିଙ୍କ୍ କରନ୍ତୁ ଭାକସିନ ସାର୍ଟିଫିକେଟ୍, ଜାଣନ୍ତୁ ପୂରା ପ୍ରୋସେସ୍

ନୂଆଦିଲ୍ଲୀ: ଗତ ବର୍ଷ ଦୁଇ ବର୍ଷ ହେବ କରୋନା ଭାଇରସ୍ ସାରା ବିଶ୍ୱକୁ ପ୍ରଭାବିତ କରିଛି । ଭାରତରେ ଏହାର ଦୁଇଟି ଲହର ଦେଖିବାକୁ ମିଳିଥିଲା । ଏହି ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇ ଅନେକ ଲୋକ ପ୍ରାଣ ହରାଇଛନ୍ତି । ଏହି ଭାଇରସ୍ ଅନେକଙ୍କ ଜୀବନ ସହିତ ଜୀବିକାକୁ ମଧ୍ୟ ଛଡ଼ାଇ ନେଇଛି । ତେବେ କରୋନା ସହିତ ଲଢ଼ିବାପାଇଁ ଏବେ ଦେଶରେ ଟିକାକରଣ ଜାରି ରହିଛି । ଯାହାଫଳରେ ସଂକ୍ରମଣ ଅନେକାଂଶରେ ହ୍ରାସ ପାଇଛି । ତେଣୁ ଦେଶର ଅର୍ଥନୀତିରେ ଏବେ ସୁଧାର ଆସିବାରେ ଲାଗିଛି ।

ଏହାର କିଛି ଦିନର ବ୍ୟବଧାନ ପରେ ପୁଣି ଏକ ଭାରିଆଣ୍ଟ ଭୟ ସୃଷ୍ଟି କରିଛି । ଏହାର ନାମ ହେଉଛି ଓମ୍ରିକନ୍ । ଦକ୍ଷିଣ ଆଫ୍ରିକାରେ ଏହାର ପ୍ରଭାବ ପ୍ରଥମେ ଦେଖାଯାଇଥିଲା । ଏସବୁ ଭିତରେ ଭାରତ ୩୧ଟି ଦେଶକୁ ବିମାନ ଉଡାଣ ଆରମ୍ଭ କରିବାକୁ ଯାଉଛି । ଏଥିପାଇଁ ଗାଇଡଲାଇନ୍ ତିଆରି କରାଯାଇଛି । ଏଥିରେ କୋଭିଡ୍ ଟେଷ୍ଟ ଠାରୁ ବିଭିନ୍ନ ନିୟମାବଳୀ ଲାଗୁ ହୋଇଛି । ତେବେ ବିଦେଶ ଯାତ୍ରା କରିବା ସମୟରେ ଆପଣଙ୍କୁ ପାସପୋର୍ଟ ସହିତ ଭାକସିନ୍ ସାର୍ଟିଫିକେଟ୍ କୁ ଲିଙ୍କ୍ କରିବାକୁ ପଡ଼ିବ । ଯଦି ଆପଣ ମାନେ ଏପର୍ଯ୍ୟନ୍ତ ଏହି କାମ କରିନାହାନ୍ତି ତେବେ ତୁରନ୍ତ କରାଇନିଅନ୍ତୁ ।

ଜାଣନ୍ତୁ କଣ ରହିଛି ଉପାୟ:

୧. ପାସପୋର୍ଟକୁ କରୋନା ଭାକସିନ୍ ସାର୍ଟିଫିକେଟ୍ ସହିତ ଲିଙ୍କ୍ କରିବା ପାଇଁ ଆପଣଙ୍କୁ ପ୍ରଥମେ କୋୱିନ୍ ୱେବସାଇଟ୍ କୁ ଯିବାକୁ ପଡ଼ିବ ।

୨. ଆପ୍ କୁ ଖୋଲିବା ପରେ ସେଥିରେ ଲଗ୍ ଇନ୍ କରନ୍ତୁ । ଲଗ୍ ଇନ୍ ପରେ ସେଥିରେ ଦିଆଯାଇଥିବା ବିକଳ୍ପ Raise an issue ଉପରେ କ୍ଲିକ୍ କରନ୍ତୁ ଓ ଆଡ୍ ପାସପୋର୍ଟ ଡିଟେଲ୍ସ ଟୁ ମାଇ ଭାକ୍ସିନେସନ୍ ସାର୍ଟିଫିକେଟ୍ ଅପସନ୍ କୁ ଚୟନ କରିବାକୁ ହେବ ।

୩. ଏଥିରେ ଆପଣଙ୍କୁ ନିଜର ସମସ୍ତ ତଥ୍ୟ ଯେପରି ନାମ, ପାସପୋର୍ଟ ନମ୍ବର ଇତ୍ୟାଦି ଦେବାକୁ ହେବ । ସବୁ ତଥ୍ୟ ଭରିବା ପରେ ସବମିଟ୍ ରିକ୍ୱେଷ୍ଟ ଉପରେ କ୍ଲିକ୍ କରିବାକୁ ପଡ଼ିବ । ଏବେ ଆପଣଙ୍କ ରେଜିଷ୍ଟର୍ଡ ନମ୍ବରକୁ ମେସେଜ୍ ଆସିବ । ଏଠାରେ ଆପଣ ପାସପୋର୍ଟ ସହିତ ଲିଙ୍କ୍ ହୋଇଥିବା ଭାକସିନ୍ ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ ।

Get real time updates directly on you device, subscribe now.