fbpx

UGC ସ୍କଲାରସିପ୍ ଆବେଦନର ଆଜି ହେଉଛି ଶେଷ ଦିନ, ଶୀଘ୍ର କରି ଦିଅନ୍ତୁ ଆବେଦନ

ନୂଆଦିଲ୍ଲୀ: ୟୁଜିସି ସ୍କଲାରସିପ୍ ୨୦୨୧ ଆବେଦନ କରିବା ପାଇଁ ଆଜି ହେଉଛି ଅନ୍ତିମ ଦିବସ । ତେଣୁ ଯେଉଁ ଆଶାୟୀମାନେ ସ୍କଲାରସିପ୍ ସ୍କିମର ଫାଇଦା ଉଠାଇବାକୁ ଚାହୁଁଥାନ୍ତି, ସେମାନେ ନ୍ୟାସନାଲ ସ୍କଲାରସିପ୍ ପୋର୍ଟାଲର ୱେବସାଇଟ୍ scholarships.gov.inକୁ ଯାଇ ଅନଲାଇନରେ ଆବେଦନ କରିପାରିବେ । ରେଗୁଲାର ଓ ଫୁଲ ଟାଇମ୍ ଛାତ୍ରଛାତ୍ରୀ ୪ଟି ସ୍କିମରେ ଆବେଦନ କରିପାରିବେ । ସେଥିମଧ୍ୟରେ ଇନ୍ଦିରା ଗାନ୍ଧି ସ୍କଲାରସିପ୍ ଫର ସିଙ୍ଗଲ ଗାର୍ଲ ଚାଇଲ୍ଡ, ରାଙ୍କ ହୋଲ୍ଡରଙ୍କ ପାଇଁ ପିଜି ସ୍କଲାରସିପ୍, ଉତ୍ତର-ପୂର୍ବାଞ୍ଚଳ ପାଇଁ ଈଶାନ ଉଦୟ ସ୍ପେଶାଲ ସ୍କିମ ଓ ଏସସି/ଏସଟିଙ୍କ ପାଇଁ ପିଜି ସ୍କଲାରସିପ୍ ଫର ପ୍ରଫେସନାଲ ଆଦି ସାମିଲ୍ ରହିଛି । ଜାଣନ୍ତୁ କିପରି କରିବେ ଆବେଦନ:-

୧- ସର୍ବପ୍ରଥମେ scholarships.gov.in ୱେବସାଇଟକୁ ଯାଇ ରେଜିଷ୍ଟ୍ରେସନ ଲିଙ୍କରେ କ୍ଲିକ କରନ୍ତୁ । ଏହାପରେ ଏକ ନୂଆ ପେଜ୍ ଖୋଲିବା ପରେ ଆଶାୟୀ ନିଜର ସମସ୍ତ ତଥ୍ୟ ଦେଇ ନିଜକୁ ପଞ୍ଜୀକୃତ କରିବାକୁ ପଡ଼ିବ ।

୨- ଏହାପରେ ଡିଟେଲ୍ସ ଓ ସ୍କଲାରସିପ ଫର୍ମ ପୂରଣ କରନ୍ତୁ । ତା’ପରେ ସବମିଟ୍ ବଟନ ଉପରେ କ୍ଲିକ କରିବା ପରେ ଆପଣଙ୍କର ରେଜିଷ୍ଟ୍ରେସନ ସମାପ୍ତ ହୋଇଯିବ । ଆବେଦନ କରିବା ପରେ ଯଦି ଆପଣ ଚାହିଁବେ ପ୍ରିଣ୍ଟ ଆଉଟ କାଢ଼ି ଭବିଷ୍ୟତ ପାଇଁ ରଖିପାରିବେ ।

Get real time updates directly on you device, subscribe now.