fbpx

ଚାଷୀଙ୍କ ଆୟରେ ଓଡ଼ିଶା ତଳଆଡ଼ୁ ଦ୍ୱିତୀୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଚାଷୀଙ୍କ ଆୟ ଜାତୀୟ ସ୍ତରରେ ତଳଆଡ଼ୁ ଦ୍ୱିତୀୟ ସ୍ଥାନରେ ରହିଛି । ସାଂସଦ ସପ୍ତଗିରି ଉଲାକାଙ୍କ ପ୍ରଶ୍ନରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ତଥ୍ୟ ରଖିଛନ୍ତି । ଜୁଲାଇ ୨୦୨୧ରୁ ଜୁନ୍ ୨୦୧୯ ମଧ୍ୟରେ ଚାଷୀଙ୍କ ଆୟ ତଥ୍ୟ ଦିଆଯାଇଛି । ଓଡ଼ିଶା ଚାଷୀଙ୍କ ମାସିକ ଆୟ ମାତ୍ର ୫ହଜାର ୧୧୨ଟଙ୍କା । ଓଡ଼ିଶା ତଳକୁ ରହିଛି ଝାଡ଼ଖଣ୍ଡ । ଏଠାରେ ଚାଷୀଙ୍କ ଆୟ ମାତ୍ର ୪୮୯୫ ଟଙ୍କା । ଓଡ଼ିଶା ଉପରକୁ ତିନି ନମ୍ବରରେ ରହିଛି ବିହାର । ବିହାରରେ ଚାଷୀଙ୍କ ଆୟ ୭ହଜାର ୫୪୨ ଟଙ୍କା । ମାସିକ ୨୯,୩୪୮ ଟଙ୍କା ଆୟ ସହ ମେଘାଳୟ ଚାଷୀ ସର୍ବାଗ୍ରେ ରହିଛନ୍ତି । ମେଘାଳୟରେ ଚାଷୀଙ୍କର ସବୁଠାରୁ ଭଲ ଆୟ ହେଉଥିବା ରିପୋର୍ଟରୁ ଜଣାପଡ଼ିଛି । ସେହିପରି ପଞ୍ଜାବରେ ୨୬ହଜାର ୭୦୧, ହରିୟାଣାରେ ୨୨ହଜାର ୮୪୧, ଅରୁଣାଚଳ ପ୍ରଦେଶରେ ୧୯ହଜାର ୨୨୫ ଟଙ୍କା ଚାଷୀଙ୍କ ଆୟ ରହିଛି ।

Get real time updates directly on you device, subscribe now.