fbpx

ପୁଣି କଟକ ଫ୍ୟାମିଲି କୋର୍ଟ ମଧ୍ୟସ୍ଥତା କେନ୍ଦ୍ରକୁ ଆସିଲେନି ବର୍ଷା, ଅନୁଭବ ନିରାଶ

 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେଡି ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲା ଥମିବାର ନାଁ ଧରୁନାହିଁ । ଆଜି ପୁଣି ଥରେ ଅବୁଭବ କଟକ ଫ୍ୟାମିଲି କୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହଜାର ହୋଇଥିଳେ କିନ୍ତୁ ବର୍ଷା ଆସିନଥିଲେ । ତେଣୁ ଅନୁଭବ ଆଜି ମିଡିଆ ସାମନାରେ ଏଥିରେ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ । ବର୍ଷା କୋର୍ଟକୁ ନଆସିବାରୁ ଛାଡ଼ପତ୍ରକୁ ନେଇ ହୋଇଥିବା ମାମଲାକୁ ଅଗଷ୍ଟ ୧୦କୁ ଘୁଞ୍ଚାଇ ଦିଆଯାଇଛି । ଏନେଇ ଅନୁଭବ କହିଛନ୍ତି ଯେ, କୋର୍ଟର ସବୁ ନିୟମ ମାନିଲେ ଭଲ ହୁଅନ୍ତା । ଭିତରେ ଗୋଟିଏ ଏବଂ ସାମନାରେ ଆଉ କିଛି ରଖିବାଟା ଠିକ୍ ନୁହେଁ ।

Get real time updates directly on you device, subscribe now.