fbpx

ଚାହାଣୀ ମଣ୍ଡପ ପରେ ଗୁଣ୍ଡିଚା ମନ୍ଦିରର ଫଟୋ ଭାଇରାଲ

ପୁରୀ,୨୧ ।୧୨(ଓଡିଶା ଭାସ୍କର): ପୁଣିଥରେ ପୁରୀ ଶ୍ରୀମନ୍ଦିର ଭିତର ଫଟୋ ଓ ଭିଡିଓ ଭାଇରାଲ ହୋଇଛି । ଗୁଣ୍ଡିଚା ମନ୍ଦିରର ଭିତର ଫଟୋ ଓ ଭିଡିଓ ମଧ୍ୟ ଭାଇରାଲ ହୋଇଛି । ପଶ୍ଚିମବଙ୍ଗର ସୋମ୍ ମୋଡାକଙ୍କ ଫେସବୁକରେ ଏହି ଫଟୋ ଭାଇରାଲ ହୋଇଥିବା ଜଣାପଡିଛି ।

ସେହିପରି ଆଜି ସକାଳେ ମଧ୍ୟ ଶ୍ରୀମନ୍ଦିର ଫଟୋ ଭାଇରାଲ ହୋଇଥିଲା । ଏଥିରେ ଯୁବକ ଜଣକ ଚାହାଣୀ ମଣ୍ଡପରେ ଠିଆ ହୋଇ କଥା ହେଉଥିବାର ଦେଖିବାକୁ ମିଳିଥିଲା । ଏତେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମନ୍ଦିର ଭିତରକୁ ମୋବାଇଲ୍ କିପରି ଗଲା ବୋଲି ପ୍ରଶ୍ନ ଉଠିଛି । ସେହିପରି ପୂର୍ବରୁ ଅନେକ ଥର ଶ୍ରୀମନ୍ଦିରର ଭିତର ଦୃଶ୍ୟ ଭାଇରାଲ ହୋଇସାରିଛି । ଖୋର୍ଦ୍ଧା ଜିଲା ନିରାକାରପୁର ଅଞ୍ଚଳର ଜଣେ ନାବାଳିକା ଶ୍ରୀମନ୍ଦିର ଭିତରେ ଟିକଟକ ଭିଡିଓ ପ୍ରସ୍ତୁତ କରି ଭାଇରାଲ କରିଥିଲେ । ଏହି ଘଟଣାର କିଛିଦିନ ପରେ ପୁଣି ଶ୍ରୀମନ୍ଦିର ଭିତରର ଫଟୋ ଭାଇରାଲ ହୋଇଥିଲା । ଜଣେ ଯୁବକ ଆନନ୍ଦ ବଜାର ଭିତରେ ଫଟୋ ଉଠାଇ ଏହାକୁ ତାଙ୍କ ଫେସବୁକ ଆକାଉଣ୍ଟରେ ଅପଲୋଡ କରିବା ପରେ ତାହା ଭାଇରାଲ ହୋଇଥିଲା । ଏହି ଫଟୋରେ ଆନନ୍ଦ ବଜାର ଭିତରେ ମହାପ୍ରସାଦ ବିକ୍ରି ହେଉଥିବାର ଦୃଶ୍ୟ ରହିଥିଲା ।

Get real time updates directly on you device, subscribe now.