fbpx

ପୁଣିଥରେ ଆତଙ୍କୀଙ୍କ ଟାର୍ଗେଟରେ କାଶ୍ମୀରୀ ପଣ୍ଡିତ: ଅଫିସରେ ପଶି ରାହୁଲ ଭଟ୍ଟଙ୍କୁ ନିର୍ମମ ହତ୍ୟା

ନୂଆଦିଲ୍ଲୀ: ପୁଣି ଆତଙ୍କବାଦୀଙ୍କ ଟାର୍ଗେଟରେ କାଶ୍ମୀରୀ ପଣ୍ଡିତ । ଜମ୍ମୁ କାଶ୍ମୀରର ବଡଗାମରେ ପୁଣି ଆତଙ୍କରାଜ । ଅପିସ ଭିତରେ ପଶି ରାଜସ୍ୱ ବିଭାଗର ଜଣେ କାର୍ଯ୍ୟରତ କର୍ମଚାରୀଙ୍କୁ ଗୁଳି କରି ହତ୍ୟା ହୋଇଥିବା ଜଣାଯାଇଛି । ତେବେ ମେଡିକାଳରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଆହତ ରାହୁଲ ଭଟ୍ଟ । ଦୀର୍ଘ ଦିନରୁ ରାଜସ୍ୱ ବିଭାଗରେ କାମ କରୁଥିବା ରାହୁଲ ଜଣେ କାଶ୍ମୀରୀ ପଣ୍ଡିତ ବୋଲି କୁହାଯାଉଛି ।

ସୂଚନା ଅନୁସାରେ, ରାହୁଲ ନିଜ ଅଫିସରେ କାମ କରୁଥିବା ବେଳେ ହଠାତ କିଛି ଆତଙ୍କୀ କାର୍ଯ୍ୟାଳୟ ଭିତରକୁ ପଶି ଆସିଥିଲେ । ଏହାପରେ କାର୍ଯ୍ୟରତ ରାହୁଲ ଭଟ୍ଟଙ୍କୁ ଗୁଳି ଫେରାର ହୋଇଯାଇଥିଲେ ଆତଙ୍କବାଦୀ । ତେବେ ସେମାନଙ୍କୁ ଗିରଫ କରାଯିବା ପାଇଁ ସର୍ଚ୍ଚ ଅପରେସନ ଜାରି କରିଛି ସେନା ବିଭାଗ । ସେପଟେ ଏହି ଆକ୍ରମଣ ପରେ ଗର୍ଜିବା ଆରମ୍ଭ କରିଛି କଂଗ୍ରେସ । ସରକାର ଘାଟିରେ କାଶ୍ମୀରୀ ପଣ୍ଡିତଙ୍କୁ ସୁରକ୍ଷା ଦେଇ ପାରୁନଥିବା କହିଛନ୍ତି କଂଗ୍ରେସ ନେତା ଅଶ୍ୱିନୀ ହାଣ୍ଡା ।

ଗତ କିଛି ଦିନରୁ ଅଧିକାରୀଙ୍କଠାରୁ ସରପଞ୍ଚ ପର୍ଯ୍ୟନ୍ତ ସମସ୍ତଙ୍କୁ ଘାଟିରେ ଟାର୍ଗେଟ କରାଯାଉଛି । ଯେଉଁଥିରେ କାଶ୍ମୀରୀ ପଣ୍ଡିତମାନେ ମଧ୍ୟ ଶିକାର ହେଉଛନ୍ତି । ତେବ ଏହି ଆତଙ୍କୀମାନଙ୍କ ବିରୋଧରେ ସେନାର ଅପରେସନ ଜୋରଦାର କରାଯାଉଛି । ସେନା ଦ୍ୱାରା ସେମାନଙ୍କର ଅନେକ କମାଣ୍ଡର ଏବଂ ନେଟୱାର୍କ ନଷ୍ଟ ହେଉଥିବାରୁ ସାଧାରଣ ଜନତାଭ୍କୁ ଆତଙ୍କୀମାନେ ଟାର୍ଗେଟ କରୁଥିବା କହିଛନ୍ତି ରକ୍ଷା ବିଶେଷଜ୍ଞ ।

Get real time updates directly on you device, subscribe now.