fbpx

ମମିତା ମେହେର ହତ୍ୟା ଘଟଣାରେ ଆସିଲା ନୂଆ ଟ୍ୱିଷ୍ଟ: ଅଭିଯୁକ୍ତକୁ ମିଳିଲା ଜାମିନ

କଟକ: କିଛି ଦିନ ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ମମିତା ମେହେର ହତ୍ୟା ଘଟଣା । ହତ୍ୟା ଘଟଣାରେ ଆସିଲା ଆଉ ଏକ ନୂଆ ଟ୍ୱିଷ୍ଟ । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଜାମିନ ମିଳିଥିବା ନେେଇ ସୂଚନା ମିଳିଛି । ହାଇକୋର୍ଟ ତରଫରୁ ଗୋବିନ୍ଦ ସାହୁକୁ ଜାମିନ ପ୍ରଦାନ କରାଯାଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଜାମିନ ପ୍ରଦାନ କରିଛନ୍ତି ମାନ୍ୟବର ହାଇକୋର୍ଟ । ୨ ସପ୍ତାହ ପାଇଁ ଗୋବିନ୍ଦକୁ ଆନ୍ତରୀଣ ଜାମିନ ମଞ୍ଜୁର କରାଯାଇଛି । ତେବେ ପରିବାରରେ ପୁଅ ଏବଂ ସ୍ତ୍ରୀଙ୍କ ଦେହ ଅସୁସ୍ଥ ଥିବାରୁ ଗୋବିନ୍ଦକୁ ହାଇକୋର୍ଟ ଜାମିନକୁ ଗ୍ରହଣ କରିଛନ୍ତି ।

ଗତ ଅକ୍ଟୋବର ୮ ତାରିଖରେ ମମିତା ମେହେର ନିଖୋଜ ହୋଇଥିବା ବେଳେ କିଛି ଦିନ ପରେ ତାଙ୍କ ମୃତଦେହ ଠାବ ଉଦ୍ଧାର ହୋଇଥିଲା । ତେବେ ସ୍ଥାନୀୟ କଣ୍ଟ୍ରାକ୍ଟର ଗୋବିନ୍ଦ ସାହୁକୁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରିଥିଲା ପୋଲିସ । ତେବେ ଏହି ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିବାରୁ ମାମଲା ଖୁବ ସରଗରମ ହୋଇଥିଲା ।

Get real time updates directly on you device, subscribe now.