fbpx
BJD SKY
BJD SKY

ପୁଣି କେନ୍ଦୁଝର ଜିଲ୍ଲାପାଳଙ୍କୁ ନୋଟିସ୍‌, ଆସନ୍ତା ମେ ୯ ତାରିଖ ଦିନ ୧୧ଟାରେ ବ୍ୟକ୍ତିଗତ ହାଜର ପାଇଁ ନୋଟିସରେ ଚେତାବନୀ

BJD

ନୂଆଦିଲ୍ଲୀ,: କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍‌ରେଙ୍କ ନାଁରେ ପୁଣି ଥରେ ଜାତୀୟ ଜନଜାତି କମିଶନ ନୋଟିସ ଜାରି କରି ହାଜର ହେବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ମେ ୯ ତାରିଖ ଦିନ ୧୧ଟାରେ କମିଶନର ସଦସ୍ୟ ଅନନ୍ତ ନାୟକଙ୍କ ଇଜିଲାସରେ ହାଜର ହେବାପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ କୌଣସି ପ୍ରତିନିଧିଙ୍କ ଜରିଆରେ ନୁହେଁ ବ୍ୟକ୍ତିଗତ ହାଜର ପାଇଁ ମଧ୍ୟ ନୋଟିସରେ ଉଲ୍ଲେଖ କରାଯାଇଛି । ଯୁକ୍ତି ସଂଗତ ନୀତିଗତ କାରଣ ବିନା ଅନୁସ୍ଥିତ ରହିଲେ ଏହାର ପରିଣତି ଭୋଗିବାକୁ ପଡ଼ିବ ବୋଲି ମଧ୍ୟ ନୋଟିସରେ ଚେତାବନୀ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ଜାତୀୟ ଜନଜାତି କମିଶନ ବାରମ୍ବାର ହାଜିରା ପାଇଁ ନୋଟିସ ଜାରି କରୁଥିଲେ ମଧ୍ୟ ଶ୍ରୀ ଠାକ୍‌ରେ ହାଜର ହେଉନଥିବାରୁ ଏଥିୂର୍ବରୁ କମିଶନ ରାଜ୍ୟ ପୋଲିସ ଡିଜିଙ୍କୁ ତାଙ୍କୁ ହାଜର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଜିଲ୍ଲାପାଳ ଏନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

Get real time updates directly on you device, subscribe now.