fbpx

CUET (UG) ପାଇଁ ପୁଣି ଆସିଲା ସୁଯୋଗ, ଏପରି କରନ୍ତୁ ଆବେଦନ

ଭୁବନେଶ୍ୱର: CUET (UG)-୨୦୨୩ ଆବେଦନ ପାଇଁ ପୁଣି ଥରେ ଆସିଛି ସୁଯୋଗ । ଆଜିଠୁ ମଙ୍ଗଳବାର ରାତି ୧୧ଟା ୫୯ ପର୍ଯ୍ୟନ୍ତ ଆବେଦନ କରିବାକୁ ଅନୁମତି ଦିଆଯାଇଛି । ଅନେକ ଛାତ୍ରଛାତ୍ରୀଙ୍କ ନିବେଦନ ଅନୁସାରେ ସୁଯୋଗ ଦେଇଛି ଏନଟିଏ । ଯେଉଁମାନେ ଆବେଦନ କରିପାରି ନାହାଁନ୍ତି, ସେମାନେ ଏଥର ଆବେଦନ କରିପାରିବେ । ପ୍ରାର୍ଥୀମାନେ ଏହାର ଅଫିସିଆଲ ୱେବସାଇଟ https.//cuet.samarth.ac.in/ କୁ ଯାଇ ଆବେଦନ କରିପାରିବେ ।

ତେବେ ସାଧାରଣ ବିଶ୍ୱବିଦ୍ୟାଳୟ ପ୍ରବେଶ ପରୀକ୍ଷା- ସିୟୁଇଟି – ସ୍ନାତକୋତ୍ତର ପାଇଁ ଆବେଦନ ପ୍ରକ୍ରିୟା ଆସନ୍ତା ବର୍ଷ ଫେବୃଆରୀ ପ୍ରଥମ ସପ୍ତାହରେ ଆରମ୍ଭ ହୋଇଥିଲା । ଏହି ପରୀକ୍ଷା ୨୧ ରୁ ୩୧ ମେ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏକ ଟୁଇଟ୍ ଜରିଆରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଅଧ୍ୟକ୍ଷ ମମିଦାଲା ଜାଗଦେଶ କୁମାର ଏନେଇ ସୂଚନା ଦେଇଛନ୍ତି ଯେ ବିଷୟ ସଂଖ୍ୟା ଏବଂ ପ୍ରଶ୍ନପତ୍ରର ଫର୍ମାଟ୍ ସମାନ ରହିବ। ସାଧାରଣ ପରୀକ୍ଷା ବ୍ୟତୀତ ପ୍ରାର୍ଥୀମାନେ ଗୋଟିଏ କିମ୍ବା ଦୁଇଟି ଭାଷା ଏବଂ ୬ ଟି ଡୋମେନ୍ ବିଷୟ ନେଇପାରିବେ ବୋଲି ସେ କହିଛନ୍ତି।

ଚଳିତ ଥର ଆସାମ, ବଙ୍ଗାଳୀ, ଇଂରାଜୀ, ଗୁଜରାଟୀ, ହିନ୍ଦୀ, କନ୍ନଡ, ମାଲାୟାଲମ୍, ମରାଠୀ, ଓଡିଆ, ପଞ୍ଜାବୀ, ତାମିଲ, ତେଲୁଗୁ ଏବଂ ଉର୍ଦ୍ଦୁ ଭାଷାରେ ଏହି ପରୀକ୍ଷା କରାଯିବ। ଜଗଦୀଶ କୁମାର ସୂଚନା ଦେଇଛନ୍ତି ଯେ ଜୁନ୍ ତୃତୀୟ ସପ୍ତାହରେ ସିୟୁଇଟି – ସ୍ନାତକୋତ୍ତର ଫଳାଫଳ ଏବଂ ଜୁଲାଇ ପ୍ରଥମ ସପ୍ତାହରେ ସିୟୁଇଟି – ସ୍ନାତକୋତ୍ତର ଫଳାଫଳ ଘୋଷଣା କରିବାକୁ ଯୋଜନା କରାଯାଇଛି।

Get real time updates directly on you device, subscribe now.