fbpx

ନିର୍ବାଚନର ନୂଆ ଟ୍ରେଣ୍ଡ ; ତାମିଲନାଡୁରେ ଦହି..ଏବେ କର୍ଣ୍ଣାଟକର କ୍ଷୀର ପ୍ରସଙ୍ଗ, କଂଗ୍ରେସ ନେତା କହିଲେ ଗୁଜୁରାଟର ମଡେଲ ଦରକାର ନାହିଁ

ନୂଆଦିଲ୍ଲୀ : ସବୁ କ୍ଷେତ୍ରରେ ଏବେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସେହିଭଳି ନିର୍ବାଚନ କ୍ଷେତ୍ରରେ ମଧ୍ୟ ନୂଆ ପ୍ରସଙ୍ଗ ଦେଖିବାକୁ ମିଳୁଛି । ପୂର୍ବ ଭଳିଆ ରାସ୍ତା, ପାଣି, ନର୍ଦମା ଆଉ ନିର୍ବାଚନ ପ୍ରସଙ୍ଗ ହୋଇ ନାହିଁ । ନିଆରା ଢଙ୍ଗରେ ମଇଦାନକୁ ଓହ୍ଲାଉଛନ୍ତି ଏବଂ ନିର୍ବାଚନ ଲଢୁଛନ୍ତି । ଅନ୍ୟ ପ୍ରସଙ୍ଗକୁ ଛାଡି ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି ଦହି ଓ କ୍ଷୀର ।

ଦକ୍ଷିଣ ତାମିଲନାଡୁରେ ଦହିକୁ ନେଇ ଲଢେଇ ଚାଲିଥିବାଳବେଳେ ପଡୋଶୀ ରାଜ୍ୟ କର୍ଣ୍ଣାଟକରେ କ୍ଷୀରକୁ ନେଇ ଲଢେଇ ତୀବ୍ର ହୋଇଛି। ଗୁଜରାଟର ପ୍ରସିଦ୍ଧ ଦୁଗ୍ଧ କମ୍ପାନୀ ଅମୁଲକୁ ରାଜ୍ୟରେ ପ୍ରବେଶ କରିବା ପାଇଁ ବିଜେପିର ଷଡଯନ୍ତ୍ର ବୋଲି କଂଗ୍ରେସ ଅଭିଯୋଗ କରିଛି । ବିଧାନସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ ଅମୁଲ ପ୍ରବେଶ ନିର୍ବାଚନୀ ଲଢେଇର ମୁଖ୍ୟ ପ୍ରସଙ୍ଗ ପାଲଟିଛି ।

ଏହି ସମୟରେ ଅମୁଲ କମ୍ପାନୀକୁ ଏକ ଶକ୍ତ ଝଟକା ଲାଗିଛି । ରାଜ୍ୟର ଚାଷୀଙ୍କୁ ସହାୟତା କରିବା ପାଇଁ ବେଙ୍ଗାଲୁରୁ ହୋଟେଲ ଆସୋସିଏସନ କେବଳ ନନ୍ଦିନୀ କ୍ଷୀର ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଏହି ନିର୍ବାଚନୀ ମହଲରେ ଅମୁଲ ଓ ନନ୍ଦିନୀ ମଧ୍ୟରେ କଡା ଟକ୍କର ଚାଲିଛି ।
ସରକାର ଏହି ପଦକ୍ଷେପ ନେଇ ଚାଷୀଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିନାହାଁନ୍ତି। ସେ କହିଛନ୍ତି ଯେ ଅମୁଲଙ୍କ ଅପେକ୍ଷା ନନ୍ଦିନୀ ଏକ ଭଲ ବ୍ରାଣ୍ଡ। ସେ କହିଛନ୍ତି- ଆମେ ଚାହୁଁ ଆମର ଅଧିକାର, ଜମି, ଆମ ମାଟି, ଜଳ ଏବଂ ଦୁଗ୍ଧ ସୁରକ୍ଷିତ ହେଉ। ମୋର କୃଷକମାନେ ଭଲ ମୂଲ୍ୟ ପାଇବା ଉଚିତ୍ । ନନ୍ଦିନୀ ଆମର ଗର୍ବ । ଆମ ଲୋକମାନେ ସେମାନେ ନନ୍ଦିନୀଙ୍କୁ ଭଲ ପାଆନ୍ତି । ସେ କହିଛନ୍ତି- ଆମେ ଗୁଜୁରାଟର ମଡେଲ ଚାହୁଁନାହୁଁ। ଆମର କର୍ଣ୍ଣାଟକ ମଡେଲ ଅଛି । ପ୍ରତ୍ୟେକ ରାଜ୍ୟର ନିଜସ୍ୱ ସଂସ୍କୃତି ଏବଂ ପରମ୍ପରା ରହିଛି। ଆମ କୃଷକମାନଙ୍କୁ ସୁରକ୍ଷା ଦେବା ଆବଶ୍ୟକ ।

ଅନ୍ୟପକ୍ଷରେ କଂଗ୍ରେସ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧାରମୈୟା ଅଭିଯୋଗ କହିଛନ୍ତି ଯେ, ୨୦୧୩ରୁ ୧୫ ମଧ୍ୟରେ ସେ ସିଏମ୍ ଥିବା ସମୟରେ ଅମୁଲ ରାଜ୍ୟରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା । କିନ୍ତ ସେ ତାହା କରାଇ ଦେଇ ନ ଥିଲେ । ସେ ଆହୁରି ବି କହିଛନ୍ତି, ନନ୍ଦିନୀ ହେଉଚି ଲୋକାଲ ବ୍ରାଣ୍ଡ । ଏହାର ବହୁଳ ବ୍ୟବହାର ଫଳରେ ସ୍ଥାନୀୟ ଚାଷୀ ୁପକୃତ ହେବେ । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କର୍ଣ୍ଣାଟକର ଚାଷୀଙ୍କ ଜୀବନୀ ନନ୍ଦିନୀ ବ୍ରାଣ୍ଡକୁ ବନ୍ଦ କରିବାକୁ ଚାହୁଁଛନ୍ତି।

କଂଗ୍ରେସ ନେତାମାନେ ଏହା ମଧ୍ୟ କହିଛନ୍ତି ଯେ ଆମେ ଗୁଜୁରାଟ ମଡେଲ ଚାହୁଁ ନାହୁଁ, ଆମର ଭଲ କର୍ଣ୍ଣାଟକ ମଡେଲ ଅଛି। ସିଦ୍ଧାରମୈୟା ଅମୁଲ କୁ ବୟକଟ୍ କରିବା ପାଇଁ ସୋସିଆଲ ମିଡିଆରେ କ୍ୟାମ୍ପେନ୍ ଆରମ୍ଭ କରିଛନ୍ତି । ଟ୍ୱିଟରରେ # ଗୋବ୍ୟାକ୍ ଆମୁଲ ଏବଂ # ସେଭ୍ ନନ୍ଦିନୀ ଟ୍ୟାଗ୍ ସହିତ ଟ୍ରେଣ୍ଡ କରିବା ଆରମ୍ଭ ହୋଇଛି ।

Get real time updates directly on you device, subscribe now.