fbpx

Video: ଜଙ୍ଗଲରେ ସିଂହ ଓ ଗଣ୍ଡାର ଦୃଶ୍ୟ, ଏହାକୁ ଦେଖି ଲୋକେ କହିଲେ, ସିଂହକୁ ଜଙ୍ଗଲର ରାଜା କିଏ କଲା?

ନୂଆଦିଲ୍ଲୀ: ବହୁ ପୁରାତନ କାଳରୁ ଶୁଣିବାକୁ ମିଳିଥାଏ ଯେ, ଜଙ୍ଗଲର ରାଜା ହେଉଛି ସିଂହ। ସେ ଜଙ୍ଗଲରେ ମଧ୍ୟ ଅଧିକ ଶିକାର କରିଥାଏ । କିନ୍ତୁ ଏଠାରେ ଅଲଗା କିଛି ଦୃଶ୍ୟ ଦେଖିବାକୁ ମିଳୁଛି। ତେବେ ଯଦି ଆପଣ ଜଣେ ବନ୍ୟଜନ୍ତୁ ପ୍ରେମୀ ଏବଂ ଆପଣଙ୍କୁ ପଶୁ ଭିଡିଓ ଭଲ ଲାଗେ, ତେବେ ଆପଣ ନିଶ୍ଚିତ ଭାବରେ ଏହି ଭିଡିଓ ଦେଖନ୍ତୁ । ବର୍ତ୍ତମାନ ଦୁଇଟି ସିଂହର ଏକ କ୍ଲିପ୍ ଅନ୍ଲାଇନ୍ ରେ ଭାଇରାଲ୍ ହେବାରେ ଲାଗିଛି, ଏହି ଭାଇରାଲ୍ ଭିଡିଓ ଟୁଇଟରରେ ଦି ଫିଗେନ୍ ନାମକ ଜଣେ ଉପଭୋକ୍ତା ସେୟାର କରିଛନ୍ତି।

ଏହି ୩୦ ସେକେଣ୍ଡ୍ କ୍ଲିପ୍ ରେ ଦୁଇଟି ସିଂହ ଜଙ୍ଗଲରେ ବିଶ୍ରାମ ନେଉଥିବାର ଦେଖାଯାଉଛି। ଏହି ସମୟରେ ଦୁଇଟି ଗଣ୍ଡା ସେହି ରାସ୍ତାରେ ଚାଲିକି ଆସୁଥିବାର ନଜର ଆସିଛି। ଗଣ୍ଡା ଆସିବା ମାତ୍ରେ ହଠାତ୍ ଉଭୟ ସିଂହ ଠିଆ ହୋଇ ତାଙ୍କ ପାଇଁ ରାସ୍ତା ଛାଡିବାକୁ ଆରମ୍ଭ କଲେ। ଏପରିକି ସେ ଗଣ୍ଡା ମାନଙ୍କ ଠାରୁ ଯଥାସମ୍ଭବ ଦୂରକୁ ଯାଉଛନ୍ତି।

ତେଣୁ ଏହି ପୋଷ୍ଟର କ୍ୟାପସନରେ ଲେଖାଯାଇଛି ଯେ, “ଗଣ୍ଡା ପୁଣି ଜଙ୍ଗଲର ରାଜା!” ଭିଡିଓଟି ପାଖାପାଖି ୭ ଲକ୍ଷ ଭ୍ୟୁ ପାଇଛି। ଏହି କ୍ଲିପ୍ ଟ୍ୱିଟର ବ୍ୟବହାରକାରୀଙ୍କ ଠାରୁ ଅନେକ ପ୍ରତିକ୍ରିୟା ସୃଷ୍ଟି କରିଛି। ଜଣେ ଉପଭୋକ୍ତା ଲେଖିଛନ୍ତି, କଣ ହେଲା? ଅନ୍ୟଟି ଲେଖିଛି – ସିଂହକୁ ଜଙ୍ଗଲର ରାଜା କିଏ କଲା?

Get real time updates directly on you device, subscribe now.