fbpx

ଦିବ୍ୟାଙ୍ଗ କାର୍ଯ୍ୟକର୍ତ୍ତାଙ୍କ ସହ ମୋଦି ନେଲେ ସ୍ପେଶାଲ ଫଟୋ: କହିଲେ ଏମିତି କଥା

ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ସେଲଫି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶନିବାର ଚେନ୍ନାଇ ଗସ୍ତରେ ଯାଇ ମୋଦି ହଜାର କୋଟି ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଚେନ୍ନାଇରୁ କୋଏମ୍ବାଟୁର ପର୍ଯ୍ୟନ୍ତବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ତେବେ ଏହାମଧ୍ୟରେ ସେ ଦଳର ଜଣେ ସ୍ପେଶାଲ କାର୍ଯ୍ୟକର୍ତ୍ତାଙ୍କ ସହ ଭେଟିଥିଲେ । ତାଙ୍କ ସହ ଏକ ସେଲଫିକୁ ସ୍ୱତନ୍ତ୍ର ସେଲଫି ବୋଲି କହି ନିଜ ଟ୍ୱିଟର ହାଣ୍ଡଲରେ ଅପଲୋଡ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ପୋଷ୍ଟରେ ଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ଦିବ୍ୟାଙ୍ଗ ବିଜେପି କାର୍ଯ୍ୟକର୍ତ୍ତା । ତାଙ୍କ ବିଷୟରେ ଲେଖିବା ବେଳେ କାର୍ଯ୍ୟକର୍ତ୍ତାଙ୍କ ନାମ ଥିରୁ ଏସ. ମାଣିକନ୍ଦନ ବୋଲି କହିଛନ୍ତି ମୋଦି ଜୀ । ତେବେ ମାଣିକନ୍ଦନ ଇରୋଡରେ ବୁଥ କାର୍ଯ୍ୟକର୍ତ୍ତା ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟରେ ପ୍ରକାଶ କରିଛନ୍ତି । ତେବେ ଏହାବ୍ୟତୀତ ମାଣିକନ୍ଦନ ଗୋଟିଏ ଦୋକାନ ମଧ୍ୟ କରିଛନ୍ତି ଏବଂ ଏହାର ରୋଜଗାରର ଏକ ବଡ ଅଂଶ ବିଜେପିକୁ ଦେଉଥିବା ମୋଦି ପୋଷ୍ଟରେ ଲେଖିଛନ୍ତି । ତେଣୁ ସେ ଅନ୍ୟ ସମସ୍ତଙ୍କ ପାଇଁ ଜଣେ ପ୍ରେରଣା ବୋଲି ଟ୍ୱିଟର ଜରିଆରେ ଦେଶବାସୀଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପରେ ମୋଦି ଟ୍ୱିଟରରେ କହିଛନ୍ତି, ‘ପାର୍ଟିରେ ଥିରୁ ଏସ. ମାଣିକନ୍ଦନ ଭଳି କାର୍ଯ୍ୟକର୍ତ୍ତାଙ୍କ ପାଇଁଁ ମୋତେ ଗର୍ବ ଅନୁଭବ ହେଉଛି । ତାଙ୍କର ଜୀବନଶୈଳୀ ଆମ ପାଇଁ ପ୍ରେରଣା, ଏବଂ ଆମ ପାର୍ଟି ଓ ବିଚାରଧାରା ପ୍ରତି ତାଙ୍କର ଦୃଢ ପ୍ରତିବଦ୍ଧତାରୁ ମଧ୍ୟ ଅନେକ କିଛି ଶିଖିବା ପାଇଁ ରହିଛି । ଏହାସହିତ ତାଙ୍କର ଭବିଷ୍ୟତ ପାଇଁ ଶୁଭମକାମନା ଜ୍ଞାପନ କରିଛନ୍ତି ମୋଦି । ତେବେ ଟ୍ୱିଟରରେ ଅପଲୋଡ ହେବା ପରେ ଭାଇରାଲ ହେବାରେ ଲାଗିି ମୋଦିଙ୍କ ଏହି ସ୍ପେଶାଲ ଫଟୋ ।

Get real time updates directly on you device, subscribe now.