fbpx

ଅବୈଧ ଏବଂ ଅସାମ୍ବିଧାନିକ ମୋଦୀ ସରକାରଙ୍କ ଅଗ୍ନିପଥ ଯୋଜନା, ରଦ୍ଦ କରିକାକୁ ସୁପ୍ରିମକୋର୍ଟରେ ଦାବି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଜାରି ବିବାଦ ଥମିବାର ନାଁ ନେଉନାହିଁ। ଗତ ଦିନରେ ଅନେକ ରାଜ୍ୟରେ ହିଂସାତ୍ମକ ଆନ୍ଦୋଳନ ଦେଖିବାକୁ ମିଳିଛି। ବିକ୍ଷୋଭକାରୀ ଟ୍ରେନ ବି ଜାଳିଛନ୍ତି। ରେଲଓ୍ଵର ଶହ ଶହ କୋଟି ଟଙ୍କାର ସଂପତ୍ତି ନଷ୍ଟ ହୋଇଛି। ଏହା ମଧ୍ୟରେ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ବିରୋଧରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ ହୋଇଛି। ଏଥିରେ ଅଭିଯୋଗ ହୋଇଛି ଯେ, ସରକାର ସଶସ୍ତ୍ର ବଳ ପାଇଁ ଦଶନ୍ଧି ଧରି ଚାଲି ଆସିଥିବା ନିଯୁକ୍ତି ପ୍ରକ୍ରିୟାକୁ ରଦ୍ଦ କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ସାମ୍ବିଧାନିକ ବିପରୀତ ରହିଛି ତାହା ପୁଣି ସଂସଦର ବିନା ମଞ୍ଜୁରୀରେ।

ଏହି ଯାଚିକା ଦାଖଲ କରିଛନ୍ତି ଓକିଲ ମନୋହର ଲାଲ ଶର୍ମା। ସେ କହିଛନ୍ତି, ସାମ୍ବିଧାନିକ ପ୍ରାବଧାନର ବିପରୀତ ଏବଂ ସଂସଦର ମଞ୍ଜୁରୀ ବିନା କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ଲାଗୁ କରିଛନ୍ତି। ଜୁନ ୨୪ରୁ ଏହାର ଚୟନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି ସରକାର। ଏହି ଯୋଜନାକୁ ଅବୈଧ ଏବଂ ଅସାମ୍ବିଧାନିକ ଦର୍ଶାଇ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ଵାରା ଜାରି ଏହି ଯୋଜନାକୁ ରଦ୍ଦ କରିବାକୁ ସୁପ୍ରିମକୋର୍ଟରେ ଦାବି କରିଛନ୍ତି ମନୋହର।

ଏହି ଯୋଜନା ଆଧାରରେ ଯୁବକ ଏବଂ ଯୁବତୀଙ୍କୁ ତିନି ସେନାରେ ନିଯୁକ୍ତି ଦିଆଯିବ। ଅଗ୍ନିବୀର ଆବେଦନ ପାଇଁ ବୟସ ସୀମା ହେଉଛନ୍ତି ୧୭ ବର୍ଷ ଛଅ ମାସରୁ ୨୧ ବର୍ଷ ରହିଛି। ହେଲେ ଏଥିରେ ଦୁଇ ବର୍ଷ କୋହଳ କରାଯାଇଛି। ଦଶମ ଏବଂ ଦ୍ଵାଦଶ ଶ୍ରେଣୀରେ ଉତ୍ତୀର୍ଣ୍ଣ ଛାତ୍ର-ଛାତ୍ରୀ ଆବେଦନ କରି ପାରିବେ। ସେମାନଙ୍କ ପାଇଁ ଭଲ ପ୍ୟାକେଜ୍, ପ୍ରଶିକ୍ଷଣ ଏବଂ ଭବିଷ୍ୟତ ଗଠନର ତିନୋଟି ମାର୍ଗ ରହିବ ବୋଲି ଅଧିକାରୀ କହିଛନ୍ତି।

ତେବେ ଏହି ଯୋଜନାକୁ ତୀବ୍ର ବିରୋଧ କରାଯାଉଛି। କିନ୍ତୁ ଅଗ୍ନିପଥ ଯୋଜନା ପ୍ରତ୍ୟାହାର ହେବ ନାହିଁ ବୋଲି ସ୍ପଷ୍ଟ କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ। ଏପରିକି ଯିଏ ହିଂସାକାଣ୍ଡରେ ସାମିଲ୍ ସେମାନଙ୍କୁ ଅଗ୍ନିପଥରେ ନିଯୁକ୍ତି ମିଳିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

 

Get real time updates directly on you device, subscribe now.