fbpx
BJD SKY
BJD SKY

ଅଗ୍ନିପଥ ଯୋଜନାକୁ ଭାରତରେ ବିରୋଧ କିନ୍ତୁ ସାରା ଦୁନିଆରେ ସ୍ୱାଗତ: ବିଶ୍ୱର ୩୦ଟି ଦେଶରେ ଲାଗୁ ହୋଇଛି ‘Tour of Duty Entry Scheme’

BJD

ନୂଆଦିଲ୍ଲୀ: ଭାରତ ସରକାରଙ୍କ ପକ୍ଷରୁ ଆସିଥିବା ଅଗ୍ନିପଥ ଯୋଜନାକୁ ନେଇ ବର୍ତ୍ତମାନ ସାରା ଦେଶରେ ବିରୋଧାଭାସ ଦେଖିବାକୁ ମିଳୁଛି । ତେବେ ଏହା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏହି ଯୋଜନାକୁ ଦେଶ ମଧ୍ୟରେ ବିରୋଧ କରାଯାଉଥିଲେ ହେଁ ବିଶ୍ୱରେ ଏହାକୁ ସ୍ୱାଗତ କରାଯାଉଛି । ତେବେ ଏହି ଯୋଜନାରେ ସାମିଲ ହେଲେ ଯୁବକମାନେ ୪ ବର୍ଷ ପରେ ବେରୋଜଗାର ହୋଇଯିବେ ଓ ସେମାନଙ୍କୁ ଆଉ ଗୁରୁତ୍ୱ ଦିଆଯିବ ନାହିଁ ବୋଲି ଯୁବବର୍ଗଙ୍କ ମଧ୍ୟରେ ଆଶଙ୍କା ଉପୁଜିଛି । ତେବେ ଏନେଇ ଦେଶରେ ଆରମ୍ଭ ହୋଇଯାଇଛି ଆନ୍ଦୋଳନ ।

ଭାରତ ସରକାର ଅଗ୍ନିଶମ ଯୋଜନା ‘ଟୁର ଅଫ୍ ଡ୍ୟୁଟି ଏଣ୍ଟ୍ରି ସ୍କିମ’ ଅଟେ । ଏହି ଯୋଜନା ଅନୁଯାୟୀ, ସ୍ଥଳସେନା, ନୌସେନା ଓ ବାୟୁସେନାରେ ଭର୍ତ୍ତି ଓ ଟ୍ରେନିଂ ପରେ ଯୁବକମାନଙ୍କୁ ଭିନ୍ନ ଭିନ୍ନ କ୍ଷେତ୍ରରେ ନିଯୁକ୍ତି ଦିଆଯିବାର ବ୍ୟବସ୍ଥା କରାଯିବ । ତେବେ ଏକଥା ଅନେକ ଜାଣି ନଥିବେ ଭାରତ ଛଡ଼ା ଆଉ କେତୋଟି ଦେଶରେ ଏହି ଯୋଜନା ଲାଗୁ ହୋଇଛି ।

ତେବେ ବିଶ୍ୱର ୩୦ରୁ ଅଧିକ ଦେଶରେ ‘ଟୁର୍ ଅଫ୍ ଡ୍ୟୁଟି ଏଣ୍ଟ୍ରି ସ୍କିମ୍’ ଲାଗୁ ହୋଇଛି । ୧୦ଟି ଦେଶରେ ପୁରୁଷ ଓ ମହିଳାଙ୍କୁ ସେନାରେ ସାମିଲ ନେଇ ବାଧ୍ୟତାମୂଳକ କରାଯାଇଛି । ଏହି ଦେଶଗୁଡ଼ିକ ମଧ୍ୟରେ ରହିଛନ୍ତି ଚୀନ, ଇସ୍ରାଏଲ, ୟୁକ୍ରେନ, ସ୍ୱିଡେନ, ନରୱେ, ଉତ୍ତରକୋରିଆ, ମରକ୍କୋ, କେପ ଭର୍ଦେ, ଚାଡ, ଇରିତ୍ରିଆ । ଏଥିସହିତ ଅଷ୍ଟ୍ରିଆ, ଅଙ୍ଗୋଲା, ଡେନମାର୍କ, ଇରାନ ପରି ୧୫ଟି ଦେଶରେ ସିଭିଲିଆନ ଓ ମିଲିଟ୍ରି ଟ୍ରେନିଂ ବାଧ୍ୟତାମୂଳକ କରାଯାଇଛି ।

Get real time updates directly on you device, subscribe now.