fbpx

ବାହାଘର ନାଚରେ ଦୁଇ ଫାଳ ହୋଇଗଲା ମାଟି: ଜାଣନ୍ତୁ କ’ଣ ହେଲା ପରିସ୍ଥିତି….

ନୂଆଦିଲ୍ଲୀ: ଏବେ ସବୁ ସମୟରେ ଲୋକମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ଚାଲିଛି ଇଣ୍ଟରନେଟ । ଫେସବୁକ, ଟ୍ୱିଟର ପରି ବିଭିନ୍ନ ସୋସିଆଲ ମିଡିଆ ଆପରେ ଅନେକ ପ୍ରକାରର ମଜାଦାର ଭିଡିଓ ଏବେ ସମସ୍ତଙ୍କୁ ଯୋଗାଉଛି ଏଣ୍ଟରଟେନମେଣ୍ଟ । ତେବେ ଏହାରି ମଧ୍ୟରେ ଏମିତି ଏକ ଭିଡିଓ ଆସିଛି ଯାହା ଆପଣଙ୍କୁ ହସାଇବ ନାହିଁ, ବରଂ ଏହି ଭିଡିଓ ଦେଖିବା ପରେ କିଛି ସମୟ ପାଇଁ ଆପଣଙ୍କ ହୃଦୟର ସ୍ପନ୍ଦନ ବଢିଯିବ ।

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, କିଛି ଲୋକ ଏକାଠି ହୋଇ ଏକ କାର୍ଯ୍ୟକ୍ରମରେ ନାଚଗୀତ କରୁଛନ୍ତି । କିନ୍ତୁ ହଠାତ ଘଟିଯାଇଛି ଏକ ଭୟାନକ ଘଟଣା । ସମସ୍ତେ ମିଶି ନାଚୁଥିବା ବେଳେ ମାଟି ହଠାତ ଫାଟି ଯାଇଛି । ଏବଂ ସେଠାରେ ନାଚଗୀତ କରୁଥିବା ସମସ୍ତ ଲୋକ ତଳେ ଗଳି ପଡିଛନ୍ତି । ଏହି ଭିଡିଓକୁ ଇନଷ୍ଟାଗ୍ରାମରେ କମେଡିର ରୂପ ଦିଆଯାଇଛି । ଏଥିରେ ଲେଖାଯାଇଛି ଯେ, ଜଣେ ସାଙ୍ଗ ତାଙ୍କ ବନ୍ଧୁଙ୍କୁ କହୁଛନ୍ତି, “ଭାଇ ତୁମ ବିବାହରେ ମୁଁ ମାଟି ଫଟେଇ ନାଚିବି’ । ଏଭଳି ଘଟଣାରେ ମାଟି ବା ବସୁଧା ପକ୍ଷରୁ ଏହିଭଳି କିଛି ପ୍ରତିକ୍ରିୟା ମିଳିଥାଏ ।

ଇନଷ୍ଟାଗ୍ରାମରେ ଅପଲୋଡ ହେବା ପରେ ଏହି ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ଏବେ ପ୍ରାୟ ୫୩,୦୦୦ରୁ ଅଧିକ ଲୋକ ପସନ୍ଦ କରିଛନ୍ତି । ତେବେ ଏହି ଭିଡିଓରେ ଅନେକ ଲୋକସେମାନଙ୍କ ବନ୍ଧୁମାନଙ୍କୁ ଟ୍ୟାଗ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ମୋଟ ୮ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ।

Get real time updates directly on you device, subscribe now.