fbpx
BJD
BJD SKY
BJD SKY

ଭୁବନେଶ୍ୱରରୁ ପଶ୍ଚିମବଙ୍ଗକୁ ସ୍ଥାନାନ୍ତର ହୋଇଯିବ ICCR କାର୍ଯ୍ୟାଳୟ, କେନ୍ଦ୍ରକୁ ଚିଠି ଲେଖିଲା ରାଜ୍ୟ ସଂସ୍କୃତି ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରସ୍ଥିତ ଭାରତ ସରକାରଙ୍କ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର)ର ଆଞ୍ଚଳିକ କାର୍ଯ୍ୟାଳୟ ଓଡ଼ିଶାରୁ ଉଠିଯିବ । ଆସନ୍ତା ଜୁଲାଇ ମାସ ୧ ତାରିଖରୁ ଏହା ଭୁବନେଶ୍ୱରରୁ ପଶ୍ଚିମବଙ୍ଗର କୋଲକାତାରେ କାର୍ଯ୍ୟ କରିବ ବୋଲି କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ ଓଡ଼ିଶାବାସୀଙ୍କ ପ୍ରତି ଏହି ଅବିଚାର ମନୋଭାବକୁ ନେଇ ଉଠିଛି ପ୍ରତିବାଦର ସ୍ୱର ।

ଆଇସିସିଆର ଓଡ଼ିଶାର ସଂସ୍କୃତିର ପ୍ରଚାର ଓ ପ୍ରସାର ଲକ୍ଷ୍ୟ ନେଇ ପ୍ରତିଷ୍ଠା ହୋଇଥିଲା । ମାତ୍ର ଏବେ ତାହା କୋଲକାତାକୁ ସ୍ଥାନାନ୍ତର ହେବା ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରୁ କରାଯାଇଛି ପ୍ରତିବାଦ । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଓଡ଼ିଶାର କଳା, ସଂସ୍କୃତିର ପ୍ରଚାର ଓ ପ୍ରସାର ଦିଗରେ ପ୍ରତିବନ୍ଧକ ସୃଷ୍ଟି ହେବ । କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ଏହି ନିଷ୍ପତ୍ତିକୁ ନେଇ ରାଜ୍ୟବ୍ୟାପୀ ବିରୋଧ କରାଯାଇଛି । ସେହିପରି କାର୍ଯ୍ୟାଳୟ ସ୍ଥାନାନ୍ତର ନ କରିବାକୁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ କେନ୍ଦ୍ରକୁ ଚିଠି ଲେଖାଯାଇଥିବା ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଛନ୍ତି ।

ଆଇସିସିଆର ସ୍ଥାନାନ୍ତର ହେବା ଫଳରେ ରାଜ୍ୟର କଳା, ସଂସ୍କୃତି ସହିତ ଜଡ଼ିତ ବ୍ୟକ୍ତିମାନେ ବିଶେଷ ଭାବେ ପ୍ରଭାବିତ ହେବେ ବୋଲି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି । ଏନେଇ ସେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବେ । ରାଜ୍ୟର ସମସ୍ତ ସାଂସଦ ଏକଜୁଟ୍ ହୋଇ ଏ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ନିଷ୍ପତ୍ତି ପରିବର୍ତ୍ତନ କରିବାକୁ ସେ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୨୦୧୮ରେ ଆଇସିସିଆର କାର୍ଯ୍ୟାଳୟକୁ କୋଲକାତାକୁ ସ୍ଥାନାନ୍ତର ନେଇ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମାତ୍ର ରାଜ୍ୟ ସରକାରଙ୍କ ପ୍ରତିବାଦ ପରେ ତାହା ସ୍ଥଗିତ ରହିଥିଲା ।

Get real time updates directly on you device, subscribe now.