fbpx
BJD SKY
BJD SKY

BSFରେ ଅଗ୍ନିବୀର ଯବାନଙ୍କୁ ସ୍ୱତନ୍ତ୍ର ସ୍ଥାନ: ଚାକିରିରେ ୧୦ ପ୍ରତିଶତ ରହିବ ସଂରକ୍ଷିତ

BJD

ନୂଆଦିଲ୍ଲୀ: ଭାରତୀୟ ସେନାରେ ସାମିଲ ହେବା ପାଇଁ ଆସିଛି ଏକ ବଡ ଏବଂ ସୁବର୍ଣ୍ଣ ସୁଯୋଗ । ଅଗ୍ନିପଥ ଯୋଜନା ଅଧୀନରେ ଇଣ୍ଡିଆନ ଆର୍ମିରେ ନିଯୁକ୍ତି ପାଇ ପାରିବେ ଇଚ୍ଛୁକ ପ୍ରାର୍ଥୀ । ତେବେ ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଅଗ୍ନିପଥ ଯୋଜନା ସହ ଜଡିତ ଏକ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ବିଳମ୍ବରେ ହେଲେ ବି ଏହା ସରକାରଙ୍କ ତରଫରୁ ଅଗ୍ନିବୀର ଯବାନମାନଙ୍କ ପାଇଁ ହୋଲି ଉପହାର ବୋଲି କୁହାଯାଉଛି ।

ଏଣିକି ଅଗ୍ନିବୀରମାନଙ୍କୁ ବିଏସଏଫ ନିଯୁକ୍ତି ସମୟରେ ମିଳିବ ସଂରକ୍ଷଣ । ବିଏସଏଫ ପଦବୀରେ ୧୦ ପ୍ରତିଶତ ଅଗ୍ନିବୀରଙ୍କ ପାଇଁ ସଂରକ୍ଷିତ ରଖାଯିବ ବୋଲି ଘେଶଷଣା ହୋଇଛି । ଏଥିସହିତ ସେମାନଙ୍କ ବୟସସୀମାରେ ମଧ୍ୟ କୋହଳ କରାଯିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ତେବେ ମାର୍ଚ୍ଚ ୬ ତାରିଖରେ ଏ ନେଇ ଗୃହ ମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କରିଥିଲା । ଏହାପରେ ଏହି ଘୋଷଣା ଆଦେଶକୁ ଅନୁମୋଦନ କରାଯାଇଛି । ତେବେ ଏହା ମଧ୍ୟରେ ପ୍ରଥମ ବ୍ୟାଚରେ ସମସ୍ତ ବର୍ଗର ପ୍ରାର୍ଥୀଙ୍କୁ ବୟସ କୋହଳ କରିଛନ୍ତି କେନ୍ଦ୍ର ସରକାର । ଅଗ୍ନିବୀର ପାଇଁ ଇଚ୍ଛୁକ ପ୍ରାର୍ଥୀମାନଙ୍କୁ ୫ ବର୍ଷର ବୟସ ସୀମା କୋହଳ କରିଛନ୍ତି କେନ୍ଦ୍ର ସରକାର ।

ଏହାବ୍ୟତୀତ କେନ୍ଦ୍ର ଗୃହ ମନ୍ତ୍ରଣାଳୟରେ ଆଉ ଏକ ବଡ ସୂଚନା ମଧ୍ୟ ଦିଆଯାଇଛି । ବିଜ୍ଞପ୍ତିରେ ଜାରି ହୋଇଥିବା ସୂଚନା ଅନୁଯାୟୀ, ଅଗ୍ନିବୀର ପରୀକ୍ଷାରେ ପାସ୍ କରିଥିବା ୨୫ ପ୍ରତିଶତ ପ୍ରାର୍ଥୀଙ୍କୁ ସିଧାସଳଖ ଭାବରେ ଭାରତୀୟ ସେନାରେ ସ୍ଥାୟୀ ଭାବରେ ନିଯୁକ୍ତି ପ୍ରଦାନ କରାଯିବ । ସେହିପରି ଅନ୍ୟ ୭୫ ପ୍ରତିଶତ ଅଗ୍ନିବୀର ପ୍ରାର୍ଥୀଙ୍କୁ ସେନାର ବିଭିନ୍ନ ବିଭାଗରେ ଦିଆଯିବ ନିଯୁକ୍ତି । ସେନା ୟୁନିଟ, ପୋଲିସ ନିଯୁକ୍ତି ସହିତ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ଇତ୍ୟାଦି ବିଭାଗରେ ଏହି ପ୍ରାର୍ଥୀମାନଙ୍କୁ ନିୟୋଜିତ କରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏସବୁ ପରେ ଅଗ୍ନିବୀର ଯବାନମାନଙ୍କୁ ସେନା ବିଭାଗର ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ପ୍ରଦାନ କରାଯିବ ।

Get real time updates directly on you device, subscribe now.