fbpx

୨୨ବର୍ଷର ଯାତ୍ରା ଅନ୍ତ; ଇନଫୋସିସ୍ ଛାଡି ଏବେ ଟେକ୍ ମହିନ୍ଦ୍ରାରେ ଯୋଗଦେବେ ମୋହିତ ଯୋଶୀ

ନୂଆଦିଲ୍ଲୀ: ଟେକ୍ କମ୍ପାନୀ ଇନଫୋସିସ୍ ପ୍ରେସିଡେଣ୍ଟ ପଦରୁ ଇସ୍ତଫା ଦେଲେ ମୋହିତ ଯୋଶୀ। ଦୀର୍ଘ ୨୨ ବର୍ଷ ହେବ ସେ ଇନଫୋସିସ୍ ସହିତ ଜଡିତ ଥିଲେ। ୨୦୦୦ ରେ ସେ ଇନଫୋସିସରେ ଯୋଗ ଦେଇଥିଲେ । ସେ କମ୍ପାନୀର ଆର୍ଥିକ ସେବା, ସ୍ୱାସ୍ଥ୍ୟସେବା ଏବଂ ଲାଇଫ ସାଇନ୍ସ ବ୍ୟବସାୟ ବିଭାଗ ପାଇଁ ପ୍ରମୁଖ ଦାୟିତ୍ବ ଗ୍ରହଣ କରିଥିଲେ। ମୋହିତ ଯୋଶୀ ଆଇଟି କମ୍ପାନୀରେ ଦୀର୍ଘ ସମୟ ରହିବା ପରେ ଟେକ୍ ମହିନ୍ଦ୍ରା ଯୋଗଦେବାକୁ ଯାଉଛନ୍ତି।

ମୋହିତ ଯୋଶୀଙ୍କୁ ଟେକ୍ ମହିନ୍ଦାର ଏମଡି ଏବଂ ସିଇଓ ଭାବେ ନିଯୁକ୍ତି ଦିଆଯାଇଛି। ୨୨ବର୍ଷ ପରେ ଇନଫୋସିସ୍ ସହିତ ବିଦାୟ ଦେବା ପରେ ବର୍ତ୍ତମାନ ମୋହିତ ତାଙ୍କର ନୂତନ ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି। ସୁଚନା ମୁତାବକ ଜୁନ୍ ୯, ୨୦୨୩ ଇନଫୋସିସ୍ ବୋର୍ଡରେ ତାଙ୍କର ଶେଷ ଦିନ ହେବ ।

ଟେକ୍ ମହିନ୍ଦ୍ରା ଏହି ବିଷୟରେ ଷ୍ଟକ୍ ମାର୍କେଟକୁ ସୂଚନା ଦେଇଛନ୍ତି। ମହୀନ୍ଦ୍ର ଏକ୍ସଚେଞ୍ଜକୁ ସୂଚନା ଦେଇଛନ୍ତି ଯେ ମୋହିତ ଯୋଶୀ ୨୦୨୩ ମସିହା ଡିସେମ୍ବର ୨୦ ତାରିଖରୁ ଟେକ୍ ମହିନ୍ଦ୍ରା କମ୍ପାନୀର ପରିଚାଳନା ବୋର୍ଡରେ ଯୋଗଦେବେ। ତାଙ୍କୁ ପାଞ୍ଚ ବର୍ଷ ପାଇଁ ନିଯୁକ୍ତ କରାଯାଇଛି। ଟେକ୍ ମହିନ୍ଦ୍ରା ଠାରେ ତାଙ୍କର ନିଯୁକ୍ତି ୨୦ ଡିସେମ୍ବର ୨୦୨୩ ରୁ ୧୯ ଡିସେମ୍ବର ୨୦୨୮ ପର୍ଯ୍ୟନ୍ତ ନିଶ୍ଚିନ୍ତ କରାଯାଇଛି। ସେ ଏଠାରେ ସିପି ଗୁରନାନୀଙ୍କ ସ୍ଥାନ ନେବେ। ଟେକ୍ ମହିନ୍ଦ୍ରାଙ୍କ ସହ ନୂଆ ଇନିଂସ ଆରମ୍ଭ କରିଥିବା ମୋହିତ ଯୋଶୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏମବିଏ ଡିଗ୍ରୀ ହାସଲ କରିଛନ୍ତି। ଇନଫୋସିସ୍ ପୂର୍ବରୁ, ସେ ANZ Grindlays ଏବଂ ABN AMRO ପରି କର୍ପୋରେଟ୍ ଏବଂ ନିବେଶ ବ୍ୟାଙ୍କଗୁଡିକ ସହିତ କାର୍ଯ୍ୟ କରିଥିଲେ। ସେ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଏହା ବ୍ୟତୀତ ସେ ହାୱାର୍ଡ କ୍ୟାଣ୍ଡି ସ୍କୁଲରୁ ଗ୍ଲୋବାଲ ଲିଡରସିପ୍ ଏବଂ ପବ୍ଲିକ୍ ପଲିସି କାର୍ଯ୍ୟକ୍ରମ କରିଛନ୍ତି।

Get real time updates directly on you device, subscribe now.