fbpx

Instagram ଯୋଗୁଁ ଗାର୍ଲଫ୍ରେଣ୍ଡଙ୍କୁ ହତ୍ୟା: ଧୋକା ଦେଉଥିବା ସନ୍ଦେହରେ ଏମିତି କାଣ୍ଡ ଘଟାଇଲା ପ୍ରେମିକ

ନୂଆଦିଲ୍ଲୀ: ଝାଡଖଣ୍ଡର ଗୋଡ୍ଡା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ୧୭ ବର୍ଷର ଜଣେ ନାବାଳକ ପ୍ରେମିକାଙ୍କୁ ହତ୍ୟା କରିଥିବା ମାମଲା ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି ହତ୍ୟାକାଣ୍ଡର ମୁଖ୍ୟ କାରଣ ପାଲଟିଛି ଇନଷ୍ଟାଗ୍ରାମ । ପ୍ରେମିକା ତାଙ୍କୁ ଧୋକା ଦେଉଥିବା ସନ୍ଦେହ କରି ନାବାଳକ ଏମିତି ଏକ ଭୟାନକ କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ପୋଲିସ ଏହି ମାମଲାର ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ, ଉଭୟ ପ୍ରେମୀ ଉର୍ଜାନଗରର ଏକ ଇଂରାଜୀ ମିଡିୟମ ସ୍କୁଲରେ ସମାନ ଶ୍ରେଣୀରେ ପାଠ ପଢୁଥିଲେ । ଉଭୟ ପରସ୍ପରଙ୍କୁ ଭଲ ପାଉଥିଲେ । ତେବେ ନାବାଳିକା ଜଣକ ଇନଷ୍ଟାଗ୍ରାମରେ ଆକ୍ଟିଭ ଥିବା ଜାଣି ନଥିଲା ନାବାଳକ । ତେଣୁ ପ୍ରେମିକା ଇନଷ୍ଟାଗ୍ରାମରେ ଆଉ କାହା ସହିତ ସମ୍ପର୍କ ରଖିଥିବା ନେଇ ନାବାଳକ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ଥର ପାଟିତୁଣ୍ଡ ମଧ୍ୟ ହୋଇଛି । କିନ୍ତୁ ବୁଧବାର ହୋଲିରେ ନାବାଳିକା ନିଜ ବନ୍ଧୁଙ୍କ ଘରକୁ ଯାଇଥିବା ବେଳେ ଅଭିଯୁକ୍ତ ନାବାଳକ ତାଙ୍କୁ ଧରି ନେଇଥିଲା । ପରେ ଏକ ଲୁହା ରଡରେ ନାବାଳିକାଙ୍କ ମୁଣ୍ଡରେ ପିଟି ଦେଇଥଲା ଏହି ନାବାଳକ ଛାତ୍ର । କେବଳ ଏତିକି ନୁହେଁ, ହତ୍ୟା କରିବା ପରେ ନାବାଳିକାର ମୃତଦେହକୁ ଅଭିଯୁକ୍ତ ଏହାକୁ ଲୁଚାଇ ଦେଇଥିଲା । ତେବେ ପୋଲିସର ପଚରାଉଚରା ସମୟରେ ଏହି ନିଜ ଭୁଲ ସ୍ୱୀକାର କରିଛି ନାବାଳକ ।

ତେବେ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଲୁହା ରଡ୍ ଏବଂ ମୃତ ନାବାଳିକାର ମୋବାଇଲ ଫୋନ ମୃତଦେହରୁ କିଛି ଦୂରରୁ ଠାବ କରିଛି ପୋଲିସ । ତେବେ ଖବର ପାଇବା ପରେ ଘଟଣାର ତଦନ୍ତ କରିବା ପାଇଁ ଉପ-ବିଭାଗୀୟ ପୋଲିସ ଅଧିକାରୀ ଶିବ ଶଙ୍କର ତିୱାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଏହାସହିତ ଅଭିଯୁକ୍ତ ନାବାଳକକୁ ରିମାଣ୍ଡ ହୋମ ପଠା ଯାଇଥିବା ପୋଲିସ ସୂଚନା ଦେଇଛି ।

Get real time updates directly on you device, subscribe now.