fbpx

ଜିଲ୍ଲାପାଳଙ୍କୁ ଜୋତା ଫିଙ୍ଗିଲେ ବିଡିଓ, ଏବେ ଚାକିରୀ ଯିବ କି ଜେଲ୍‌ଦଣ୍ଡ ହେବ? ଜାଣନ୍ତୁ କ’ଣ ରହିଛି ଆଇନ

ଆଗ୍ରା: ଉତ୍ତରପ୍ରଦେଶ ଆଗ୍ରାରେ ଜିଲ୍ଲାଧିକାରୀ ଓ ବିଡିଓଙ୍କ ମଧ୍ୟରେ କଥା କଟାକଟି ମଧ୍ୟରେ ମାମଲା ଏତେ ଆଗକୁ ବଢିଗଲା ଯେ, ପ୍ରଥମେ ଜିଲ୍ଲାଧିକାରୀ ଭାନୁ ଚନ୍ଦ୍ର ଗୋସ୍ୱାମୀ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ଅନିରୁଦ୍ଧ ସିଂ ଚୌହାନଙ୍କ ଉପରକୁ ପେପରୱେଟ୍ ଫିଙ୍ଗିଦେଲେ । ଏହାପରେ ବିଡିଓଙ୍କ ରାଗ ଏତେ ବଢିଗଲା ଯେ, ବିଡିଓ ଡିଏମ୍‌ଙ୍କ ଉପରକୁ ଜୋତା ଫିଙ୍ଗିଥିଲେ । ଏବେ ଏହି ମାମଲାରେ ବିଡିଓଙ୍କ ବିରୁଦ୍ଧରେ ଧାରା ୩୨୩, ୫୦୪, ୫୦୬ ଓ ୩୩୨ ଜରିଆରେ ମୋକଦ୍ଦମା ରୁଜୁ କରାଯାଇଛି । ଏବେ ପୋଲିସ ଅଭିଯୁକ୍ତ ବିଡିଓଙ୍କୁ ସନ୍ଧାନ କରୁଛି ।

ଯଦି କୌଣସି ସରକାରୀ କର୍ମଚାରୀ ନିଜ ବରିଷ୍ଠ ଅଧିକାରୀଙ୍କ ସହ ଅଭଦ୍ର ଆଚରଣ, ଗାଳିଗୁଲଜ, ମାରପିଟ୍ କରିଥାଏ ତେବେ ଏହାକୁ ଆଇନ ଭାଷାରେ ଅବଜ୍ଞା କୁହାଯାଏ । ଏହା ଇଂରେଜ ସମୟରୁ ବି ଚାଲି ଆସୁଛି । ସାଧାରଣ ପ୍ରଶାସନ ଓ ସେନାରେ ଅବଜ୍ଞା ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନର ପ୍ରାବଧାନ ରହିଛି । ସାଧାରଣ ପ୍ରଶାସନ କ୍ଷେତ୍ରରେ ଏପରି ମାମଲା ଲାଗି ୨ ପ୍ରକାରର କାର୍ଯ୍ୟାନୁଷ୍ଠାନ ହୋଇଥାଏ । ପ୍ରଥମ କ୍ରିମିନାଲ ଆକ୍ସନ ଯାହା ଜରିଆରେ ଭାରତୀୟ ନ୍ୟାୟ ସଂହିତା ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ । ଅନ୍ୟଟି ହେଉଛି ସିଭିଲ୍ ଆକ୍ସନ ଯାହା ଜରିଆରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଥାଏ ।

କ୍ରିମିନାଲ ଆକ୍ସନରେ ଆଇପିସି ସେକ୍ସନର ବିଭିନ୍ନ ଧାରା ଅନୁଯାୟୀ ମୋକଦ୍ଦମା ହୋଇଥାଏ । ଅଲଗା ଅଲଗା ଧାରାରେ ଦୋଷୀ ସାବ୍ୟସ୍ତ ହେଲେ ୨ ବର୍ଷ କାରାଦଣ୍ଡ ସହିତ ଜରିମାନା ଦେବାର ପ୍ରାବଧାନ ରହିଛି । ଅନ୍ୟପକ୍ଷରେ ବିଭାଗୀୟ ଯାଞ୍ଚ ପରେ ଯଦି ବ୍ୟକ୍ତିି ଦୋଷୀ ସାବ୍ୟସ୍ତ ହେବ ତେବେ ତାଙ୍କୁ ୨ ପ୍ରକାରର ଦଣ୍ଡ ମିଳିବ । ପ୍ରଥମ ମେଜର ଦ୍ୱିତୀୟ ମାଇନର କାର୍ଯ୍ୟାନୁଷ୍ଠାନ । ମେଜରରେ ନିଲମ୍ବନ ବା ବରଖାସ୍ତ କିମ୍ବା ଡିମୋସନ । ମାଇନରରେ ଜବରଦସ୍ତ ଛୁଟି, ଦରମା କାଟ ପରି ଦଣ୍ଡ ମିଳିପାରିବ । ଏହା ବ୍ୟତିତ ସମ୍ବନ୍ଧିତ ବ୍ୟକ୍ତିଙ୍କ ବିରୁଦ୍ଧରେ ଲାଗିଥିବା ଅଭିଯୋଗ ସମ୍ବନ୍ଧିତ ସାମାନ୍ୟ ଧାରାରେ ମୋକଦ୍ଦମା ରୁଜୁ ହୋଇପାରିବ ଓ ପୋଲିସ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

Get real time updates directly on you device, subscribe now.