fbpx
BJD
BJD SKY
BJD SKY

ଆୟୁଷ ମନ୍ତ୍ରାଳୟ ଓ ICMR ମଧ୍ୟରେ MoA ଚୁକ୍ତିନାମା ; ସ୍ୱାସ୍ଥ୍ୟ ଅନୁସନ୍ଧାନ କ୍ଷେତ୍ରରେ ହେବ ନୂତନ ଆବିଷ୍କାର

ନୂଆଦିଲ୍ଲୀ : ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବା ଏବଂ ଆୟୁଷକୁ ବା ଆୟୁର୍ବେଦକୁ ମୁଖ୍ୟସ୍ରୋତକୁ ଆଣିବା ପାଇଁ ଦୃଢ ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଆୟୁଷ ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତୀୟ ପରିଷଦ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମଧ୍ୟରେ ଏକ ସ୍ମାରକପତ୍ର (ଏମଓଏ)ସ୍ୱାକ୍ଷରିତ ହୋଇଛି। ଇଣ୍ଟିଗ୍ରେଟେଡ୍ ମେଡିସିନ୍ କ୍ଷେତ୍ରରେ ସ୍ୱାସ୍ଥ୍ୟ ଅନୁସନ୍ଧାନରେ ସହଯୋଗ କରିବ ବୋଲି ଗୁରୁବାର ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି । ଏହି ଅବସରରେ ଆୟୁଷ ମନ୍ତ୍ରଣାଳୟର ସଚିବ ବୈଦ ଶ୍ରୀ ରାଜେଶ କୋଟେଚା ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ରାଜିଭ୍ ଭାଲ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ସରବନନ୍ଦ ସୋନୋୱାଲଙ୍କ ଉପସ୍ଥିତିରେ ଏମ.ଆଇ. ଆୟୁଷ ଏବଂ ଡକ୍ଟର ଭାରତୀ ପ୍ରବୀଣ ପାୱାର, ରାଜ୍ୟ ମନ୍ତ୍ରୀ ଏବଂ ଡକ୍ଟର ଭି.କେ ପାଲ, ନୀତି ଆୟୋଗ ଉପସ୍ଥିତ ଥିଲେ ।

ଆୟୁଷ ମନ୍ତ୍ରୀ ସରବାନନ୍ଦ ସୋନୋୱାଲ କହିଛନ୍ତି ଯେ ପ୍ରମାଣ ଭିତ୍ତିକ ଅନୁସନ୍ଧାନ କ୍ଷମତାକୁ ଆହୁରି ଦୃଢ କରିବା ସହିତ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ସ୍ୱସ୍ଥ୍ୟା କ୍ଷେତ୍ରର ଉନ୍ନତିକୁ ତ୍ୱରାନ୍ୱିତ ଏବଂ ବିସ୍ତାର କରିବାରେ ଏହା ସହାୟକ ହେବ। ସେ କହିଛନ୍ତି ଯେ ଏକ ସକରାତ୍ମକ ବିକାଶ ଏବଂ ଦୁଇ ଅନୁଷ୍ଠାନର ଶକ୍ତି, ସମ୍ବଳ ଏବଂ ସାମର୍ଥ୍ୟକୁ ଏକତ୍ର କରିବା ଏହା ପ୍ରକୃତରେ ଆୟୁର୍ବେଦକୁ ଏକ ସ୍ୱତନ୍ତ୍ର ପରିଚୟ ଦେବ ।

ଗୁରୁତ୍ୱପୂର୍ଣ୍ଣ ଜାତୀୟ ରୋଗର ସମାଧାନ ଏହି ଯୁକ୍ତି ଅତ୍ୟନ୍ତ ସହଯୋଗ ହେବ । ଜନସ୍ୱାସ୍ଥ୍ୟ ଅନୁସନ୍ଧାନ ପଦକ୍ଷେପ ଉପରେ କାର୍ଯ୍ୟ କରିବାକୁ ଏମଓଏ ଯୋଜନା କରିଛି । ଜାତୀୟ ସ୍ୱୀକୃତି ରୋଗ ଉପରେ ମିଳିତ ଭାବେ ଉଚ୍ଚ ମାନର କ୍ଲିନିକାଲ୍ ପରୀକ୍ଷା ଏବଂ ଚିକିତ୍ସା ବ୍ୟାପକ ପ୍ରୟାସ କରିବା ପାଇଁ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଇଣ୍ଟିଗ୍ରେଟିଭ୍ ହେଲଥ କେୟାର କ୍ଷେତ୍ରରେ ଆଗ୍ରହୀ ଅନୁସନ୍ଧାନକାରୀଙ୍କ ସକ୍ରିୟ ଅଂଶଗ୍ରହଣ ସହିତ ମିଳିତ ଭାବରେ ଆଲୋଚନାଚକ୍ର, କର୍ମଶାଳା, ସେମିନାର ଡିଜାଇନ୍ ଏବଂ ପରିଚାଳନା କରିବାକୁ ଅନୁମତି ଦିଆଯିବ ।

ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରି ଡକ୍ଟର ମାଣ୍ଡଭିଆ କହିଛନ୍ତି ଯେ ପାରମ୍ପାରିକ ଜ୍ଞାନକୁ ଆଧୁନିକ ଅନୁସନ୍ଧାନ ଏବଂ ନବସୃଜନ ସହିତ ମିଶ୍ରଣ କରି ଦୁଇ ଅନୁଷ୍ଠାନ ମଧ୍ୟରେ ସ୍ୱାକ୍ଷରିତ ଏମଓଏ ଆୟୁର୍ବେଦ ବୈଜ୍ଞାନିକ ପ୍ରମାଣ ଆଧାରରେ ପରିଚୟ ବୃଦ୍ଧି ହେବ । ଏହି ଚୁକ୍ତିନାମାକୁ ପ୍ରଶଂସା କରି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଇଣ୍ଟିଗ୍ରେଟେଡ୍ ମେଡିସିନ୍ ର ବିକାଶ ତଥା ପହଞ୍ଚିବାରେ ଏହି ସହଭାଗୀତାର ମହତପୂର୍ଣ୍ଣ ଅବଦାନ ରହିବ।

Get real time updates directly on you device, subscribe now.