fbpx
BJD
BJD SKY
BJD SKY

ରାଜ୍ୟର ୧୧୮୧ ମେଡିକାଲ ଅଫିସରଙ୍କୁ ମିଳିବ ନିଯୁକ୍ତି: ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ଗୋଟିଏ ପଟେ କୃଷି ଓ ଶିଳ୍ପକୁ ଗୁରୁତ୍ୱ ଦିଆଯାଉଛି। ଅନ୍ୟପଟେ ସରକାରୀ ନିଯୁକ୍ତିକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି। ଏହାରି ମଧ୍ୟରେ ରାଜ୍ୟରେ ୧୧୮୧ ମେଡିକାଲ ଅଫିସରଙ୍କୁ ମିଳିବ ନିଯୁକ୍ତି । OMHS କ୍ୟାଡରରେ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଓଡ଼ିଶା ଲୋକସେବା ଆୟୋଗ-OPSC ଦ୍ବାରା ନିଯୁକ୍ତି ହେବ ବୋଲି କୁହାଯାଇଛି ।

ତେବେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦଭାର ଗ୍ରହଣ କରିବା ପରଠାରୁ ରାଜ୍ୟର ଆର୍ଥିକ ବ୍ୟବସ୍ଥାରେ ସୁଧାର ଆଣିବା ସହିତ ସରକାରୀ ସେବାକୁ ଅଧିକ ଲୋକାଭିମୁଖୀ କରିବା ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ତେବେ ଏଥିରେ ସମସ୍ୟା ରହିଥିଲା ମାନବସମ୍ବଳର ଅଭାବ। ତେଣୁ ରାଜ୍ୟବାସୀଙ୍କ ନିକଟରେ ସରକାରୀ ସେବା ଓ ଯୋଜନାର ସୁଫଳ ପହଞ୍ଚାଇବା ଲକ୍ଷ୍ୟରେ ଖାଲି ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି। ଓଡ଼ିଶା ଲୋକସେବା ଆୟୋଗ, ଓଡ଼ିଶା କର୍ମଚାରୀ ଚୟନ ଆୟୋଗ, ଓଡ଼ିଶା ଅଧସ୍ତନ ଚୟନ ଆୟୋଗ, ଓଡ଼ିଶା ସେବା ଚୟନ ବୋର୍ଡର ଦାୟିତ୍ୱ ମଧ୍ୟ ବହୁତ ବଢ଼଼ି ଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେବଳ ପଦବୀ ପୂରଣ ନୁହେଁ, ପୂରା ପ୍ରକ୍ରିୟା ଯେପରି ସ୍ୱଚ୍ଛ ଓ ପାରଦର୍ଶୀ ହେବ ତାହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି।

Get real time updates directly on you device, subscribe now.