fbpx
BJD
BJD SKY
BJD SKY

(Video) ପୁଷ୍ପା-୨ରେ ରୋଲ ଦେବେ କହି ରକ୍ତଚନ୍ଦନ କାଠ ଆଉ ପଥର ବୋହିବାକୁ କହିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହେବା ପରେ ‘ପୁଷ୍ପା-୨’ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ଶୁଟିଂ ପାଇଁ ପ୍ରଡକ୍ସନ ଟିମ୍ ପୂର୍ବରୁ ପ୍ରଶାସନଠାରୁ ଅନୁମତି ମାଗିଥିଲା । ତେବେ ଫିଲ୍ମ ଶୁଟିଂ ପାଇଁ ସେଟରେ ରକ୍ତ ଚନ୍ଦନ ପହଞ୍ଚିବା ସହ କିଛି ସିନ ଶୁଟିଂ ହୋଇସାରିଛି । ପୂର୍ବରୁ ଅର୍ଲ୍ଲୁ ଅର୍ଜୁନଙ୍କ ଅତି ନିକଟରୁ ଦେଖିବା ପାଇଁ ବହୁ ପ୍ରଶଂସକଙ୍କ ଭିଡ଼ ଜମିଥିବା ବେଳେ ସେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁଣି ଥରେ ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି ।

ତେବେ ଏହା ମଧ୍ୟରେ ‘ପୁଷ୍ପା-୨’ ଫିଲ୍ମକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏହି ଫିଲ୍ମରେ ରୋଲ ପାଇବା ପାଇଁ ଜଣେ ଓଡ଼ିଆ ଯୁବକ ରକ୍ତ ଚନ୍ଦନ କାଠ ବୋହିବା ସହିତ ଟ୍ରକ ଚଲାଇଛନ୍ତି । ଓଡ଼ିଆ ଫିଲ୍ମରେ ଅଭିନୟ କରିବା ସହଜ, ମାତ୍ର ତେଲୁଗୁ ଫିଲ୍ମରେ ରୋଲଟିଏ ପାଇବା ବହୁତ କଷ୍ଟ । ତେଣୁ ତେଲୁଗୁ ଫିଲ୍ମରେ କାମ କରିବାର ସୁଯୋଗ ପାଇଥିବାରୁ ଜଣେ ଓଡ଼ିଆ ଯୁବକ ନିଜକୁ ଧନ୍ୟ ମନେ କରିଛନ୍ତି । ଓଡ଼ିଆ ଓ ତେଲୁଗୁ ଭାଷା ମଧ୍ୟରେ ବହୁତ ଫରକ ରହିଛି ବୋଲି ଯୁବକ ଜଣଙ୍କ କହିଛନ୍ତି ।

ତେବେ ଖବର ମୁତାବକ, କିଛି ସ୍ଥାନୀୟ ଯୁବକ ଶୁଟିଂ ସେଟରେ ପହଞ୍ଚି ଫିଲ୍ମରେ ଅଭିନୟ କରିବାକୁ ଇଚ୍ଛୁକ ଥିବା କହିଥିଲେ । ତେଣୁ ସେମାନଙ୍କୁ ବଢ଼ିଆ ପୋଲିସ ରୋଲ ଦିଆଯିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ କୁହାଯାଇଥିଲା । ମାତ୍ର ଏହି ଲୋକମାନଙ୍କୁ କେବଳ କାମରେ ଲଗାଇ ଦିଆଯାଇଥିଲା । କିଏ କାଠ ବୋହିଥିଲା ତ ଆଉ କିଏ ପଥର ବୋହିଥିଲା । ଏପରିକି ଅଲ୍ଲୁ ଅର୍ଜୁନ ଆସିଲା ପରେ ସେମାନେ ହୀରୋଙ୍କ ସହିତ ସିଧାସଳଖ ଫାଇଟ କରିବେ ବୋଲି ମଧ୍ୟ କୁହାଯାଇଥିଲା । ତେବେ ଆଗକୁ ସେମାନଙ୍କୁ କେଉଁ ରୋଲ ମିଳୁଛି ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.