fbpx

Team Indiaକୁ ଲାଗିଲା ଶକ୍ତ ଝଟକା: ଦିନିକିଆରେ ଭାରତକୁ ଚକମା ଦେଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମକୁ ଏକ ଦମଦାର ଝଟକା ଦେଇଛି ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ ବା ଆଇସିସି । ଭାରତକୁ ମାତ୍ ଦେଇ ଖୁବ ଆଗକୁ ବଢି ଯାଇଛି ଚିର ପ୍ରତିଦ୍ୱନ୍ଦୀ ତଥା ପଡୋଶୀ ରାଷ୍ଟ୍ର ପାକିସ୍ତାନ । ଆଇସିସି ଦ୍ୱାରା ଜାରି ହୋଇଥିବା ସଦ୍ୟ ଦିନିକିଆ ରାଙ୍କିଙ୍ଗରେ ଭାରତକୁ ପଛରେ ପକାଇ ଦେଇଛି ପାକିସ୍ତାନ କ୍ରିକେଟ ଟିମ୍ । ରୋହିତ ସେନାକୁ ଅତିକ୍ରମ କରି ପାକିସ୍ତାନ ବର୍ତ୍ତମାନ ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛି । ତେବେ ତାଲିକାର ଶୀର୍ଷରେ ରହିଛି ଅଷ୍ଟ୍ରେଲିଆ କ୍ରିକେଟ ।

ରାଙ୍କିଙ୍ଗରେ ବାର୍ଷିକ ଅପଡେଟ ପରେ ୫ ଥର ବିଶ୍ୱ ଚମ୍ପିଆନ୍ ଅଷ୍ଟ୍ରେଲିଆ ନିଜ ରେଟିଙ୍ଗରେ ୮ ପଏଣ୍ଟ ହାସଲ କରିଛି । ଏହି ୫ ପଏଣ୍ଟ ସହିତ ଅଷ୍ଟ୍ରେଲିଆ ୧୧୮ ପଏଣ୍ଟ ସହ ଟପ୍ ରେ ରହିଛି । ତେବେ ଏହି ରାଙ୍କିଙ୍ଗ ପୂର୍ବରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ନୂଆ ରାଙ୍କିଙ୍ଗରେ ପାକିସ୍ତାନ ଭାରତ ପାଖରୁ ଏହି ସ୍ଥାନ ଛଡାଇ ନେଇଛି । ୧୧୬ ପଏଣ୍ଟ ସହ ଆଇସିସି ଦିନିକିଆ ରାଙ୍କିଙ୍ଗର ନୂଆ ତାଲିକାର ଦ୍ୱିତୀୟ ସ୍ଥାନ ହାସଲ କରିଛି ପାକିସ୍ତାନ । ତେବେ ମାତ୍ର ୧ ପଏଣ୍ଟ ପାଇଁ ତୃତୀୟ ନମ୍ବରକୁ ଆସିଛି ଟିମ ଇଣ୍ଡିଆ । ୧୧୫ ପଏଣ୍ଟ ସହ ତୃତୀୟ ସ୍ଥାନ ଅଧିକାର କରିଛି ମେନ୍ ଇନ୍ ବ୍ଲୁ । ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆ ବିଜୟ ପରେ କିଛି ସମୟ ପାଇଁ ଶୀର୍ଷ ସ୍ଥାନରେ ରହିଥିଲା ଭାରତୀୟ ଦଳ । କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ୧-୨ରେ ପରାଜୟ ଯୋଗୁଁ ଭାରତକୁ ଏଭଳି ପରିସ୍ତିତିର ସାମନା କରିବାକୁ ପଡିଛି ।

Points Table

ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ଦିନିକିଆ ଜିତିଥିଲେ ପାକିସ୍ତାନ କ୍ରିକେଟ ଟିମ୍ ତାଲିକାର ଶୀର୍ଷରେ ପହଞ୍ଚିଥାନ୍ତା । କିନ୍ତୁ ଏହି ମ୍ୟାଚରେ ପରାଜୟ ଦଳକୁ ଦ୍ୱିତୀୟ ସ୍ଥାନରେ ସନ୍ତୁଷ୍ଟ ରହିବା ପାଇଁ ବାଧ୍ୟ କରିଛି । ତେବେ ଭାରତ ପରେ ନ୍ୟୁଜିଲାଣ୍ଡ ୧୦୪ ପଏଣ୍ଟ ସହ ଚତୁର୍ଥରେ ରହିଥିବା ବେଳେ ଇଂଲଣ୍ଡ ୧୦୧ ରେଟିଙ୍ଗ ପଏଣ୍ଟ ସହିତ ପଞ୍ଚମ ସ୍ଥାନ ହାସଲ କରିଛି । ସେପଟେ ଟି-୨୦ ରାଙ୍କିଙ୍ଗରେ ଭାରତର ଦବଦବା ଜାରି ରହିଛି । ୧୨୧ ରେଟିଙ୍ଗ ସହ ପ୍ରଥମ ସ୍ଥାନରେ ରହିଛି ଟିମ ଇଣ୍ଡିଆ ।

Get real time updates directly on you device, subscribe now.