fbpx

ଏହି ଗୋଟିଏ ଫଟୋ କ୍ୟାପସନ୍ ପାଇଁ ‘ଟ୍ରକ୍’ ଗିଫ୍ଟ କଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ : ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍ ତଥା ବିଲିୟନେୟାର ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥାଆନ୍ତି। ସେମାନେ ପ୍ରତିଦିନ କିଛି ନା କିଛି ପୋଷ୍ଟ କରିଥା’ନ୍ତି, ଯାହା ଭାଇରାଲ ହୋଇଯାଏ । ଏହା ସହିତ ତାଙ୍କ ଟ୍ୱିଟର ଆକାଉଣ୍ଟରୁ କିଛି ଭଲ ଚିତ୍ର ପୋଷ୍ଟ କରି ସେ ଉପଭୋକ୍ତାମାନଙ୍କୁ ସେମାନଙ୍କ କ୍ୟାପସନ୍ ପାଇଁ ମଧ୍ୟ ପଚାରିଛନ୍ତି । ଦୀର୍ଘ ସମୟ ପରେ ନୂତନ ଫଟୋ ସେୟାର କରି ସେ ଏଥିପାଇଁ କ୍ୟାପସନ୍ ମାଗି ପୁରସ୍କାର ଘୋଷଣା କରିଥିଲେ । ବର୍ତ୍ତମାନ ସେ ସେହି ଫଟୋ କ୍ୟାପସନର ବିଜେତାଙ୍କ ନାମ ଘୋଷଣା କରିଛନ୍ତି ଏବଂ ବିଜେତାଙ୍କୁ ଏକ ‘ଟ୍ରକ୍’ ଉପହାର ଦେଇଛନ୍ତି ।

ଟ୍ୱିଟ୍ ହୋଇଥିବା ଫଟୋରେ କ’ଣ ବିଶେଷ?

ନିକଟରେ ଆନନ୍ଦ ମହିନ୍ଦ୍ରା ତାଙ୍କ ଆକାଉଣ୍ଟରୁ ଏକ ଫଟୋଟୁଇଟ୍ କରିଛନ୍ତି, ଯେଉଁଥିରେ ସିଂହ ନିଜ ପାଟିରେ କ୍ୟାମେରା ଧରିଛି । ଏହି ଫଟୋ ୨୦୧୮ ମସିହାରେ ବଟସୱାନାର ବନ୍ୟଜନ୍ତୁ ଫଟୋଗ୍ରାଫର ବାର୍ବାରା ଜେନସେନ୍ ୱୁଷ୍ଟରଙ୍କ ଦ୍ୱାରା ନିଆଯାଇଛି। ଏହି ଫଟୋ ସେୟାର କରି ସେ ଟୁଇଟର ବ୍ୟବହାରକାରୀଙ୍କୁ ଏପରି କ୍ୟାପସନ ଦେଇଥିଲେ ଯାହାଦ୍ୱାରା ଲୋକମାନେ ପ୍ରଭାବିତ ହୋଇପାରିବେ ଏବଂ ଏଥିପାଇଁ ମେ ୯ ପର୍ୟ୍ୟନ୍ତ ସମୟ ଦେଇଥିଲେ । ଏହା ସହିତ ସେ ଶ୍ରେଷ୍ଠ କ୍ୟାପସନ୍ ଲେଖିଥିବା ବ୍ୟକ୍ତିଙ୍କୁ ପୁରସ୍କାର ସ୍ୱରୂପ ଏକ ଟ୍ରକ୍ ଦେବାକୁ ପ୍ରତିଶୃତି ଦେଇଥିଲେ ।

ପୋଷ୍ଟାରେ ଆନନ୍ଦ ମହିନ୍ଦ୍ରା ଲେଖିଥିଲେ ଯେ, ବାମ ପାର୍ଶ୍ୱରେ ଥିବା ସିଂହୀଙ୍କର ଛବି ପାଇଁ ମୋତେ ପ୍ରସ୍ତାବିତ କ୍ୟାପସନ୍ ପଠାନ୍ତୁ ଏବଂ ଯିଏ ଶ୍ରେଷ୍ଠ କ୍ୟାପସନ୍ ଲେଖିବ, ସେ ଏକ ଉପହାର ଭାବରେ ମହିନ୍ଦ୍ରା ଏବଂ ମହିନ୍ଦ୍ରା ଫୁରିଓ ମଡେଲ୍ ଖେଳନା ଟ୍ରକ୍ ପାଇବ । ସେ ସିଂହ ଫଟୋ ସହିତ ଏହି ଟ୍ରକର ଫଟୋ ମଧ୍ୟ ସେୟାର କରିଥିଲେ।

ଆନନ୍ଦ ମହିନ୍ଦ୍ରାଙ୍କ ପ୍ରତ୍ୟେକ ଟ୍ୱିଟ ପରି ସୋସିଆଲ ମିଡିଆରେ ସିଂହ ପାଟିରେ କ୍ୟାମେରା ଦବାଇଥିବା ଏହି ଫଟୋ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଲା ଏବଂ ଉପଭୋକ୍ତାମାନେ ଆନନ୍ଦ ମହିନ୍ଦ୍ରାଙ୍କୁ ନିଜର କ୍ୟାପସନ ପଠାଇବା ଆରମ୍ଭ କଲେ। ଏବେ ମହିନ୍ଦ୍ରା ଅଧ୍ୟକ୍ଷ ଏକ ନୂଆ କ୍ୟାପସନ ଚୟନ କରି ଏକ ଟୁଇଟ୍ ଜରିଆରେ ବିଜେତାଙ୍କ ନାମ ଘୋଷଣା କରିଛନ୍ତି।

Get real time updates directly on you device, subscribe now.