Ahmedabad Plane Crash: 130ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ସୂଚନା
ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ 130ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ।
ନୂଆଦିଲ୍ଲୀ: କିଛି ସମୟ ପୂର୍ବରୁ ଅହମ୍ମଦାବାଦ ବିମାନବନ୍ଦର ନିକଟରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଭୟଙ୍କର ଦୁର୍ଘଟଣାରେ ଅତି କମରେ 130ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । କିନ୍ତୁ ସରକାରୀ ସ୍ତରରେ ଏନେଇ ଘୋଷଣା କରାଯାଇ ନାହିଁ ।
ଏହି ଘଟଣା ଘଟିଥିଲା ଯେତେବେଳେ ଏୟାର ଇଣ୍ଡିଆର ବିମାନଟି 232 ଜଣ ଯାତ୍ରୀ ଏବଂ 10 ଜଣ କ୍ରୁ ସଦସ୍ୟଙ୍କୁ ନେଇ ଦିନ 1.17 ରେ ଲଣ୍ଡନ ଅଭିମୁଖେ ଉଡ଼ାଣ ଭରୁଥିବା ବେଳେ ଘଟିଥିଲା।
ବିମାନରେ କେଉଁ ସ୍ଥାନର କେତେ ଯାତ୍ରୀ ଥିଲେ- ବିମାନଟିରେ ୧୬୯ ଜଣ ଭାରତୀୟ, ୫୩ ଜଣ ବ୍ରିଟିଶ ନାଗରିକ, ୭ ଜଣ ପର୍ତ୍ତୁଗୀଜ ଏବଂ ଜଣେ କାନାଡିଆନ ଯାତ୍ରୀ ଥିଲେ । ଅହମ୍ମଦାବାଦର ମେଘାନୀନଗର ଅଞ୍ଚଳ ନିକଟ ଧାରପୁରରୁ ପ୍ରବଳ ଧୂଆଁ ଦେଖାଯାଉଥିଲା।
ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପହଞ୍ଚିଛି ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ଦଳଗୁଡ଼ିକୁ ନିୟୋଜିତ କରାଯାଉଛି । କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ନିଶ୍ଚିତ କରିନାହାଁନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଘଟଣା ବିଷୟରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁଙ୍କ ସହ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଦୁଇ ମନ୍ତ୍ରୀଙ୍କୁ ଅହମ୍ମଦାବାଦ ଯିବାକୁ ଏବଂ ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇବା ନିଶ୍ଚିତ କରିବାକୁ କହିଛନ୍ତି।ଶାହ ଦୁର୍ଘଟଣା ପରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ମଧ୍ୟ କଥା ହୋଇଥିଲେ ।